ଶ୍ବଶୁରଙ୍କୁ ଛୁରା ମାଡ଼ କରି ଯୁବକ ଗିରଫ

ଖଣ୍ଡଗିରି: ଶ୍ବଶୁରଙ୍କୁ ଛୁରାମାଡ଼ କରିବା‌ ଅଭିଯୋଗରେ ଶନିବାର ତମାଣ୍ଡୋ ଥାନା ପୁଲିସ ଜ୍ବାଇଁକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖୋର୍ଧା ଗୁରୁଜଙ୍ଗର ଦିଲ୍ଲୀପ ସେଠୀ ଓରଫ୍ ଟୁଲୁ। ସୂଚନାନୁସାରେ ଟୁଲୁ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁର ଗାଁର ପାଣୁ ସେଠୀଙ୍କ ଝିଅକୁ ବିବାହ କରିଥିଲା। କିନ୍ତୁ ପାରିବାରିକ କଳହକୁ ନେଇ ପାଣୁଙ୍କ ଝିଅ ବେଶ୍ କିଛି ଦିନ ହେଲା ବାପ ଘରେ ରହୁଛନ୍ତି। ସ୍ତ୍ରୀକୁ ଫେରାଇ ନେବାକୁ ଟୁଲୁ ବାରମ୍ବାର ଶ୍ବଶୁର ପାଣୁଙ୍କୁ ଅନୁରୋଧ କରୁଥିଲେ ବି ପାଣୁ ଝିଅକୁ ଛାଡ଼ି ନଥିଲେ କି ଝିଅ ସ୍ବାମୀ ପାଖକୁ ଫେରୁନଥିଲେ। ତେଣୁ ଟୁଲୁ ପାଣୁଙ୍କ ଉପରେ ରାଗ ଶୁଝାଇବାକୁ ପ୍ରସ୍ତୁତ ହୋଇ ରହିଥିଲା। ଗତକାଲି ପାଣୁ ତମାଣ୍ଡୋ ବଜାରରେ ଏକ ଚା ଦୋକାନରେ ଥିବାବେଳେ ଟୁଲୁ ସେଠାରେ ପହଞ୍ଚି ଅତର୍କିତ ଭାବେ ତାଙ୍କ ଛାତିରେ ଛୁରା ମାଡ଼ କରିଥିଲା।

ସମ୍ବନ୍ଧିତ ଖବର