ଯୁବକଙ୍କୁ ଭୁଜାଲିରେ ହାଣିଲେ

ଭୁବନେଶ୍ୱର: ବଡ଼ଗଡ଼ ଚାରିଛକ ପଡ଼ିଆ ନିକଟରେ ଆଜି ରାତି ପ୍ରାୟ ସାଢ଼େ ୧୧ଟାରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକଜଣଙ୍କ ହେଲେ, ବିନୋଦ ରାୟ। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବଡ଼ଗଡ଼ ଥାନା ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିନୋଦ ଆଜି ବଡ଼ଗଡ଼ ଉପରସାହିରେ ଥିବା ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ରାତିରେ ସେ ଚାରିଛକ ନିକଟରେ ପଡ଼ିଥିବା ମୀନାବଜାର ବୁଲି ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଦୁଇଜଣ ଦୁର୍ବୃତ୍ତ ଲୁଟ୍‌ କରିବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡ ଓ ହାତକୁ ହାଣି ଦେଇଥିଲେ। ବିନୋଦ ତଳେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏହା ଦେଖି ଆକ୍ରମଣକାରୀଦ୍ୱୟ ସେଠାରୁ ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର