ଯୁବକଙ୍କୁ ଭୁଜାଲିରେ ହାଣିଦେଲେ

ଭବୁନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ବିଳମ୍ବିତ ରାତିରେ ଭୀମଟାଙ୍ଗୀର ଅମରେଶ ନାୟକ(୨୮)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ରାତି ପ୍ରାୟ ୧୦ଟା ବେଳେ ଏୟାରଫିଲ୍ଡ ଥାନା ଅଧୀନ ମଧୁସୂଦନ ପାର୍କରେ ଅମରେଶ ତାଙ୍କର କିଛି ସାଙ୍ଗଙ୍କ ସହ ବସି କଥା ହେଉଥିଲେ। ଏହି ସମୟରେ ବଡ଼ଗଡ଼ ଅଞ୍ଚଳର ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଅମରେଶଙ୍କ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପୁଲିସ ଘଟଣାସ୍ଥଳରୁ ରକ୍ତ ଜୁଡ଼ବୁଡ଼ୁ ଅବସ୍ଥାରେ ଅମରେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର