ଘର ଭଡ଼ାକୁ କେନ୍ଦ୍ର କରି ମହିଳାଙ୍କୁ ମାଡ଼

ପୁରୁଣା ଭୁବନେଶ୍ୱର : ଜଣେ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଗତସିଂହପୁର ତିର୍ତୋଲ ଅଞ୍ଚଳର ମନୋରଞ୍ଜନ ଦାସ(୪୨)ଙ୍କୁ ଗିରଫ କରିଛି। ଏଠାରେ ଧଉଳିରେ ରୁହନ୍ତି। ପୁଲିସ ସୂଚନା ଅନୁଯାୟୀ ଗୌରୀନଗର ଲେନ୍‌-୫ର ସସ୍ମିତା ପାଢ଼ୀ ନମକ ଜଣେ ମହିଳାଙ୍କ ଘରେ ମନୋରଂଜନ ପୂର୍ବରୁ ଭଡ଼ାରେ ରହୁଥିଲେ। ରବିବାର ମନୋରଞ୍ଜନ ସସ୍ମିତାଙ୍କ ଘରକୁ ଆସିଥିଲେ। ପୂର୍ବ ଘର ଭଡ଼ା ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ମଧ୍ୟ ମନୋରଞ୍ଜନ ସସ୍ମିତାଙ୍କୁ ଗାଳିମନ୍ଦ କରିବା ସହ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା କରି ମନୋରଞ୍ଜନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର