ଯୁବକଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୬ ସଡ଼କବସ୍ତିର ସୁକାନ୍ତ ବାରିକ ଓରଫ ଗେଡ଼(୧୯)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ବାବୁଲା ନାୟକ ସହ ଗେଡ଼ର ବିବାଦ ଲାଗି ରହିଥିଲା। ତେବେ ଗତ ଅକ୍ଟୋବର ମାସ ୧୫ ତାରିଖ ରାତିରେ ବାବୁଲା ଘରକୁ ଫେରୁଥିବା ବେଳେ ଗେଡ଼ ଓ ତାର ସହଯୋଗୀ ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡ, ପିଠି, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ। ଖବରପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏନେଇ ବାବୁଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଗେଡ଼କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ର ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର