ମଡେଲଙ୍କ ସହ ଦୁଷ୍କର୍ମ କରିବାକୁ ଚାହୁଁଥିଲା ଅଟୋବାଲା, ରକ୍ଷା କଲେ ବସ୍‌ ଚାଳକ :ଏମିତି ଥିଲା ପୂରା ଘଟଣା

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଜଣେ ମଡ଼େଲ ଦୁଷ୍କର୍ମର ଶିକାର ହେଉ ହେଉ ବର୍ତ୍ତିଯାଇଥିବା ଜଣାପଡ଼ିଛି । ନିଜର ଏକ ଫ୍ୟାସନ ସୋ’ରେ ଯୋଗ ଦେଇ ଫେରୁଥିବା ବେଳେ ଅଟୋର ଚାଳକ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ରାତି ୨.୪୫ରେ ମଡ଼େଲ ଜଣଙ୍କ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣଙ୍କ ତାଙ୍କୁ ଘରେ ନ ଛାଡ଼ି ଏକ ଜନଶୁନ୍ୟ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ମଡ଼େଲଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିବା ସହ ଦୁଷ୍କର୍ମର ଉଦ୍ୟମ ମଧ୍ୟ କରିଥିଲା । କିନ୍ତୁ ପୀଡ଼ିତାଙ୍କ ଚିତ୍କାର ଶୁଣି ଠିକ୍‌ ସମୟରେ ଜଣେ ସିଟିୟୁ ବସ୍‌ ଚାଳକ ଆସି ପୀଡ଼ିତାଙ୍କୁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚାଇଥିଲେ ବୋଲି ଜଣାପଡ଼ିଛି । ଏ ନେଇ ଏତଲା ଦିଆଯିବ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋକୁ ସିଜ୍‌ କରିଥିଲା ପୁଲିସ ।

drivespark.com

ସୂଚନା ମୁତାବକ, ନିଜ ଫ୍ୟାସନ ସୋ’ ସାରି ୨.୪୫ରେ ସେକ୍ଟର-୪୨କୁ ଯିବା ପାଇଁ ଅଟୋରେ ବସିଥିଲେ ପୀଡ଼ିତା । ପୀଡ଼ିତାଙ୍କୁ ଏକା ପାଇ ଅଟୋ ଚାଳକ ଜଣଙ୍କ ସେକ୍ଟର-୪୨କୁ ଗାଡ଼ି ନ ନେଇ ଗାଡ଼ି ବୁଲାଇ ସେକ୍ଟର-୪୩ ଆଡ଼କୁ ଚାଲି ଯାଇଥିଲେ । କିଛି ବାଟ ଯିବା ପରେ ଏକ ଜନଶୂନ୍ୟ ରାସ୍ତାରେ ଅଟୋ ରଖି ମଡ଼େଲଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାରୁ ଅଟୋ ଚାଳକ ଜଣଙ୍କ ପୀଡ଼ିତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଠିକ୍‌ ସେହି ସମୟରେ ସେଇ ବାଟ ଦେଇ ଏକ ସିଟିୟୁ ବସ୍‌ ଯାଉଥିବା ବେଳେ ବସ୍‌ର ଚାଳକ ପୀଡ଼ିତାଙ୍କ ଚିତ୍କାର ଶୁଣିଥିଲେ । ଚିତ୍କାର ଶୁଣି ବସ ରୋକିବା ସହ କଣ୍ଡକ୍ଟରଙ୍କ ସହ ଅଟୋ ପାଖରେ ପହଞ୍ଚି ଅଟୋ ଚାଳକଙ୍କୁ କାବୁ କରି ନେଇଥିଲେ । ପରେ ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ । ଅନ୍ୟ ପକ୍ଷରେ ପୁଲିସର ସହାୟତା କରିବା ଏବଂ ଅଭିଯୁକ୍ତକୁ ଧରାପକାଇଥିବାରୁ ଚାଳକ ମୋହିତ୍‌ ଠାକୁର ଏବଂ କଣ୍ଡକ୍ଟର ରବିନ୍ଦର ସିଂଙ୍କୁ ପୁଲିସ ଡ଼ିଜିପି ତେଜିନ୍ଦର ସିଂ ସମ୍ମାନିତ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର