ନୂଆ ଲୁକ୍‌ ନେଇ ପୁଲିସ୍‌ ଆଖିରେ ଧୂଳି ଦେବାକୁ ଅସଫଳ ହୋଇ ଧରାପଡ଼ିଲା ପାରୋଲରେ ଫୋରର୍‌ ଥିବା ଅଭିଯୁକ୍ତ

ନୂଆଦିଲ୍ଲୀ: ମୋହିତ ବଧ୍‌ଓ୍ଵା (୩୦) ନାମକ ଜଣେ ହତ୍ୟାକାରୀ ୨୦୧୬ ଜାନୁଆରି ମାସରେ ପାରୋଲ୍‌ରେ ଜେଲ୍‌ରୁ ବାହାରିଥିଲା। ହେଲେ ତା’ପରେ ସେ ଜେଲକୁ ଫେରି ନ ଥିଲା,ବରଂ ପଳାତକ ଘୋଷିତ ହୋଇଥିଲା। ମହେଶ ଗତ ନଭେମ୍ବର ୨୦ ତାରିଖରେ ନିଜର କେଶ ପ୍ରତିରୋପଣ କରିଥିଲା। ଚନ୍ଦା ହୋଇଯାଇଥିବା ମହେଶ ଏହା ବାବଦରେ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ସେ ନିଜର ନିଶ ବି କାଟି ଦେଇଥିଲା ଓ ସଂପୂର୍ଣ୍ଣ ନୂଆ ଲୁକ୍‌ରେ ଆସିଯାଇଥିଲା।


୨୦୦୬ରେ ହରିଆନାର ହିସାରର ଅଧିବାସୀ ମୋହିତ ଜଣେ ଅପରାଧୀକୁ ହତ୍ୟା କରିଥିଲା। ତା’ର ବାପାଙ୍କ ସହିତ ସେହି ଅପରାଧୀ ଝଗଡା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା, ମହେଶ ଏହି ମାମଲାରେ ୨୦୦୮ରେ ଦଣ୍ଡାଦେଶ ପାଇଥିଲା। ସେ ନୂଆ ନାଆଁ ‘ଅଙ୍କିତା’ଭାବେ ନିଜକୁ ପରିଚିତ କରିଥିଲା। ସେ ଡକାୟତରେ ଯୋଜନା କରୁଥିଲା। ଦ୍ୱରକା ମୋର ଏକ ଫ୍ଲାଟ୍‌ ଭଡା ନେଇ ରହୁଥିଲା ଓ ନିଜ ପାଖରେ ପିସ୍ତଲ ରଖୁଥିଲା। ଡକାୟତ ଯୋଜନା କରୁଥିବା ବେଳେ ମହେଶକୁ ପୁଲିସ ଗିରଫ କରିବା ପରେ ସବୁ କଥା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର