ସାଥୀ ହୋଇ ମରିବା ପାଇଁ ୧୪ ବର୍ଷ ସାନ ପ୍ରେମିକ ସହ ମିଶି ଆତ୍ମହତ୍ୟା ଉଦ୍ୟମ କଲା ୬ଟି ପିଲାର ମା’: ପ୍ରେମିକାକୁ ଛାଡ଼ି ଆର ପାରିକୁ ଚାଲିଗଲା ପ୍ରେମିକ

ରାୟପୁର : ଛତିଶଗଡ଼ରେ ପ୍ରେମର ଏକ ଅଜବ ର୍‌ଙ୍ଗ ଦେଖିବାକୁ ମିଳିଛି । ଦୁଇ ପ୍ରେମୀଯୁଗଳ ଦୁଇ ଜଣଙ୍କଠାରୁ ଅଲଗା ହୋଇଯିବା ଡ଼ରରେ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତିି । ସାଥିରେ ମରିବା ପାଇଁ ଦୁଇ ଜଣ ଏକା ସାଙ୍ଗରେ ବିଷ ଖାଇଥିଲେ । କିନ୍ତୁ ବିଷ ପିଇ ପ୍ରେମିକ ମୃତ୍ୟୁବରଣ କରିଥିବା ବେଳେ ପ୍ରେମିକାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣାଟି ଘଟିଛି ଛତିଶଗଡ଼ରେ ଥିବା ବେଗନଡ଼ବରୀ ଗାଁରେ ।

Scroll.in

ସୂଚନା ମୁତାବକ, ୨୪ବର୍ଷିୟ ସରୋଜ କୁମାର ନିଜଠାରୁ ୧୪ବର୍ଷ ବଡ଼ ଫୁଲ୍‌ବାଇଙ୍କୁ ପ୍ରେମ କରି ବସିଥିଲେ । ସରୋଜ ବିବାହ କରିନଥିବା ବେଳେ ଫୁଲ୍‌ବାଇ ବିବାହ କରି ୬ଟି ଶିଶୁର ମା’ ଥିଲେ । ଏତେ ସବୁ ବାଧା ବନ୍ଧନ ଥାଇ ମଧ୍ୟ ଦହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଦୁଇ ଜଣଙ୍କ ପ୍ରେମ ସଂପର୍କ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସେମାନଙ୍କୁ ଅଲଗା ହେବାକୁ ପଡ଼ିବ ବୋଲି ଭାବି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତିି ନେଇଥିଲେ ଦୁଇ ପ୍ରେମୀ ଯୁଗଳ । ଦୁଇ ଜଣ ଘରୁ ବାହାରି ଆସି ବିଷ ପିଇବା ସହ ମୃତ୍ୟୁର ଶେଷ ଯାତ୍ରା ଆରମ୍ଭ କରିଥିଲେ । କିଛି ବାଟ ଯିବା ପରେ ଦୁଇ ଜଣ ଅଚେତ୍‌ ହୋଇ ଯାଇଥିବା ବେଳେ ଗାଁ ଲୋକଙ୍କର ନଜର ସେମାନଙ୍କ ଉପରେ ପଡ଼ିଥିଲା । ପରେ ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ସରୋଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଦୁଇ ଜଣ ସାଥିରେ ମରିବା ପାଇଁ ନିଷ୍ପତ୍ତିି ନେଇଥିବା ବେଳେ ପଛରେ ରହିଗଲେ ଫୁଲ୍‌ବାଇ । ସରୋଜଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଫୁଲ୍‌ବାଇଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର