ମାତ୍ର ୨୦୦୦ ଟଙ୍କା ଦେଇ ବାଂଲାଦେଶୀ ଅପରାଧୀ ବନାଇଥିଲା ଭାରତୀୟ ଆଧାର କାର୍ଡ଼, ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ଜିନିଷ କେବଳ ଭାରତ ଭଳି ଦେଶରେ ହିଁ ଦେଖିବାକୁ ମିଳିଥାଏ । ବାହାର ଦେଶରୁ ଲୋକମାନେ ଆସି ନିଜକୁ ଭାରତର ବାସିନ୍ଦା ବୋଲି ପରିଚୟ ଦେଇ ଅପରାଧିକ କାମ କରି ଚାଲିଯାଆନ୍ତି । କିନ୍ତୁ ପୁଲିସକୁ ସବୁ ସରିବା ପରେ ଖବର ମିଳିଥାଏ । ଏବେ ଦିଲ୍ଲୀରୁ ଏକ ବାଂଲାଦେଶୀ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ କରିଛି ପୁଲିସ । ଭାରତକୁ ଆସି ଆଧାର କାର୍ଡ଼ କରିବା ସହ ଦିଲ୍ଲୀ ଚୋରୀ କରୁଥିଲା ଏହି ଗ୍ୟାଙ୍ଗ । ଏହାର ମୁଖ୍ୟ ମହମ୍ମଦ ଇକ୍ରମ ବାଂଲାଦେଶର ଖୁଲ୍‌ନା ଜିଲ୍ଲାର ହୋଇଥିବା ବେଳେ ନିଜକୁ ଦିଲ୍ଲୀର ସୁନ୍ଦର ନଗରୀ ବାସିନ୍ଦା ବୋଲି ପରିଚୟ ଦେଉଥିଲା । ସେ ତିଆରି କରିଥିବା ଆଧାର କାର୍ଡ଼ରେ ମହମ୍ମଦ ଇକ୍ରମର ଠିକଣା ସୁନ୍ଦର ନଗର ବୋଲି ଲେଖା ଯାଇଥିଲା । ଇକ୍ରମ ନିଜର ଆଧାର କାର୍ଡ଼ ବ୍ୟବହାର କରି କାନ୍‌ପୁରରୁ ସିମ୍‌ କାର୍ଡ଼ କିଣିଥିଲା । ଯାହାଦ୍ୱାରା ପୁଲିସ ମୋବାଇଲ ନମ୍ବର ଟ୍ରାକ୍‌ କରି ମହମ୍ମଦ ଇକ୍ରମ ଗ୍ୟାଙ୍କକୁ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ଦେଇଥିବା ସୂଚନା ଅନୁଯାୟୀ,ଇକ୍ରମ ନିଜ ଦିଲ୍ଲୀର ଠିକଣା ଦେଇ ଭୋଟ ପରିଚୟ ପତ୍ର ତିଆରି କରିଥିଲେ ।

indiatimes.com

ସୂଚନା ମୁତାବକ, ଇକ୍ରମ ଭାରତ ଆସିବା ପରେ ଲାଞ୍ଚ ନେଇ ଆଧାର କାର୍ଡ଼ ତିଆରି କରୁଥିବା ଅନ୍ୟ ବାଂଲାଦେଶୀ କଲାମଙ୍କୁ ଭେଟିଥିଲେ । କଲାମ ଭାରତରେ ରହି ଅନ୍ୟ ଦେଶରୁ ଆସୁଥିବା ଲୋକମାନଙ୍କୁ ବେଆଇନ ଭାବରେ ଆଧାର କାର୍ଡ଼ ଯୋଗାଉଥିଲେ । ମାତ୍ର ୨ହଜାର ଟଙ୍କା ନେଇ ସେ ଏପରି କରୁଥିବା ଜଣା ପଡ଼ିଛି । ଏହି ଘଟଣା ପରେ ପୁଲିସ କେତେ ଅସହାୟ ତାହା ପ୍ରମାଣିତ ହୋଇଛି । ୧୯୯୪-୨୦୧୮ ପର୍ଯ୍ୟନ୍ତ ଇକ୍ରମ ଖୁବ୍‌ ଆରାମରେ ଅପରାଧ କରି ଚାଲୁଥିବା ବେଳେ ଏତେ ବର୍ଷ ପରେ ପୁଲିସ ମହମ୍ମଦ ଇକ୍ରମକୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଦେଇଥିବା ସୂଚନା ଅନୁଯାୟୀ,ପାଖାପାଖି ୪ଲକ୍ଷ ବାଂଲାଦେଶୀ ବେଆଇନ୍‌ ଭାବରେ ଦିଲ୍ଲୀରେ ରହୁଛନ୍ତି । କୋଲକାତାରୁ ସେମାନେ ଟ୍ରେନ ଯୋଗେ ଦିଲ୍ଲୀ ଆସୁଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର