ପେନସନ୍‌ ନାଁରେ ୧.୩୨ କୋଟି ଚଳୁ, ବ୍ୟାଙ୍କ ପ୍ରତିନିଧି ଗିରଫ

ଭୁବନେଶ୍ବର : ମୃତ ଲୋକଙ୍କୁ ଜୀବିତ ଦର୍ଶାଇ‌ ପେନସନ୍‌ ବାବଦକୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ କୋଟିଏରୁ ଊର୍ଧ୍ବ ଟଙ୍କାର ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ବ୍ୟାଙ୍କର ଜଣେ ପ୍ରତିନିଧିଙ୍କୁ ଗିରଫ କରିଛି। ସେ‌ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳର ପ୍ରଭାତ କୁମାର ଦାସ(୩୨)। ଗିରଫ ପରେ ତାଙ୍କୁ ବାଲେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କାଯାଇଥିଲା। ଜାମିନ ନାମଞ୍ଜୁର ବେହାରୁ ଜେଲ୍‌ ହେପାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, କିଛି ବର୍ଷ ତଳେ ପ୍ରଭାତ ବ୍ୟାଙ୍କର ବାଣିଜ୍ୟ ପ୍ରତିନିଧି ଭାବେ ଯୋଗଦେଇଥିଲେ। ତେବେ ଗତ ୨୦୧୪ରୁ ଦୁଇଜଣ ପେନସନ୍‌ଧାରୀ ପର୍ଶୁରାମ ଗିରି ଓ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ଘଟିଥିଲେ ସୁଧା ପ୍ରଭାତ ଚଞ୍ଚକତା କରି ସେମାନଙ୍କ ନାମରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲା। ଉଭୟଙ୍କ ଆକାଉଣ୍ଟ୍‌ର ଏଟିଏମ୍‌ ବାହାର କରି ପ୍ରତିମାସ ଏଟିଏମ୍‌ରୁ ଟଙ୍କା ଉଠାଇଥିଲା।୨୦୧୪ରୁ ୨୦୧୮ ନଭେମ୍ବର ମାସ ପର୍ଯ୍ୟନ୍ତ ସେ ଟଙ୍କା ନେଇଚାଲିଥିଲା। ଘଟଣା ବିଷୟରେ ଜାଣିବା ପରେ ରେମୁଣା ଶାଖା ପ୍ରବନ୍ଧକ ସ୍ବରାଜ ମହାନ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨୬ରେ ଆଇପିସି ଦଫା ୪୧୯, ୪୨୦, ୪୦୯, ୪୬୭, ୪୬୮, ୪୭୧ ଏବଂ ଆଇଟି ଆକ୍ଟ ଦଫା ୬୬(ସି) ଓ ୬୬(ଡି)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର