ପଦର ଲାଭ ଉଠାଇ ୪୫ଲକ୍ଷ ଟଙ୍କା ଲୁଟିଲେ ବ୍ୟାଙ୍କରେ କାମ କରୁଥିବା ପତ୍ନୀ, ଅଭିଯୋଗ କଲେ ସ୍ୱାମୀ

ନୂଆଦିଲ୍ଲୀ : ୩୬ବର୍ଷୀୟ ବ୍ୟକ୍ତି ବ୍ୟାଙ୍କରେ କାମ କରୁଥିବା ନିଜ ପତ୍ନୀଙ୍କ ବିରୋଧରେ ଲୁଟ୍‌ ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ଅମିତ୍‌ ଭଗବାନ ନିଜର ୩୫ବର୍ଷୀୟ ପତ୍ନୀ ବିଜୟଲକ୍ଷ୍ମୀଙ୍କ ବିରୋଧରେ ୪୫ଲକ୍ଷ ଟଙ୍କାର ସୁନା ଠକି ନେବା ସହ କିଛି ଟଙ୍କା ଠକି ନେଇଥିବାର ଅଭିଯୋଗ ଆଣିଛନ୍ତି । ଦୁହେଁ ୮ବର୍ଷ ତଳେ ବିବାହ କରିଥିବା ବେଳେ ଦୁହିଁଙ୍କ ଦୁଇଟି ସନ୍ତାନ  ଥିବା ଜଣାପଡ଼ିଛି ।

Hindustan Times

ଅମିତ୍‌ଙ୍କ ଅଭିଯୋଗ ଅନୁଯାୟୀ, ୨୦୧୨ରୁ ୨୦୧୪ ମଧ୍ୟରେ ବିଜୟଲକ୍ଷ୍ମୀ କାମ କରୁଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରେ ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ । କିନ୍ତୁ ଦୁହେଁ କାମ ପାଇଁ ଅଲଗା ଅଲଗା ରହୁଥିବାରୁ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା । ଏହା ପରେ ଦୁହେଁ ୨୦୧୭ରେ ପରସ୍ପରଠାରୁ ଅଲଗା ହୋଇ ରହିବା ଆରମ୍ଭ କରିଥିଲେ । ଏହାର ଫାଇଦା ଉଠାଇ ବ୍ୟାଙ୍କରେ ବଡ଼ ପଦବୀରେ ଥିବାରୁ ବିଜୟଲକ୍ଷ୍ମୀ ଜଏଣ୍ଟ ଆକାଉଣ୍ଟରୁ ଟଙ୍କା ଉଠାଇବା ଆରମ୍ଭ କରି ଦେଇଥିଲେ । ଏହା ସହ ଆକାଉଣ୍ଟର ଦାୟିତ୍ୱ ନିଜ ହାତକୁ ନେବା ସହ ଗହଣା ନେଇ ବ୍ୟବହାର କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ ବୋଲି ପୁଲିସରେ ଅଭିଯୋଗ କରିଛନ୍ତି ଅମିତ୍‌ ।

ସମ୍ବନ୍ଧିତ ଖବର