ଦୋକାନ ତାଲା ଭାଙ୍ଗି ଚୋରି

ବାରଙ୍ଗ: ଶନିବାର ବିଳମ୍ବିତ ରାତିରେ ବାରଙ୍ଗ ଷ୍ଟେସନ୍‌ବଜାରରେ ଥିବା କୃଷକ ସାଥୀ ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବା ବାରଙ୍ଗ ଥାନରେ ଅଭିଯୋଗ ହୋଇଛି। ଦୋକାନର ମାଲିକ ପବିତ୍ର କୁମାର ପ୍ରଧାନ ସକାଳେ ଏହା ଜାଣିବା ପରେ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।  ପବିତ୍ରଙ୍କ କହିବା ଅନୁଯାୟୀ ତାଙ୍କ ଟଙ୍କା ବାକ୍ସ ଭଙ୍ଗାଯାଇ ସେଥିରୁ ୬୦ ହଜାର ଟଙ୍କା, ମଞ୍ଜି, ବିହନ,କୀଟନାଶକ ଔଷଧ ଓ କୃଷି କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଚୋରି ହୋଇଛି।  ପୁଲିସ ଦୋକାନକୁ ଆସି ଅନୁଧ୍ୟାନ କରିଛି। ଚୋରକୁ ଧରିବା ଓ ଚୋରିକୁ ରୋକିବା ଲାଗି ବାରଙ୍ଗ ଥାନା ଓ ଜିଅର୍‌ପି ଫାଣ୍ଡି କିଛି ପଦକ୍ଷେପ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର