କମୁନାହିଁ ଜାତିଆଣ ଭାବ; ସେଲୁନରେ ଦଳିତଙ୍କ କେଶ କାଟିବାରୁ ବାରିକକୁ ମାଡ଼

ଗାନ୍ଧୀନଗର: ଜଣେ ବାରିକ ତାଙ୍କ ସେଲୁନ୍‌ଙ୍କୁ ଜଣେ ଦଳିତଙ୍କୁ ପ୍ରବେଶ କରାଇବା ସହ ଦଳିତଙ୍କ କେଶ କାଟିଥିବାରୁ ଅନ୍ୟ ଜଣେ ଉପର ଜାତିର ବ୍ୟକ୍ତି ଉକ୍ତ ବାରିକଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଜୁନ ୨୫ ତାରିଖ ସୋମବାର ଦିନ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଏପରି ଲଜ୍ଜାକର ଘଟଣା ଘଟିଛି ଗୁଜୁରାଟ ମେହସନା ଜିଲ୍ଲାର ଉମରେଚ ଗ୍ରାମରେ।

ପୀଡ଼ିତ ଜିଗର୍‌ ଅଭିଯୋଗ ଆଣିଛନ୍ତି ଯେ ପୂର୍ବରୁ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧମକ ହେଉ ଦଳିତଙ୍କୁ ସେଲୁନ୍‌ ଭିକରକୁ ପ୍ରବେଶ ନକରାଇବା ପାଇଁ ତାଗିଦ୍‌ କରିଥିଲେ। ଅଭିଯୁକ୍ତମାନେ ହେଉଛନ୍ତି ଗୋବିନ୍ଦ ଚୌଧୁରୀ, ନାଞ୍ଜି ଚୌଧୁରୀ, ରାଜେଶ ଚୌଧୁରୀ ଏବଂ ବସନ୍ତ ଚୌଧୁରୀ।

ପୀଡ଼ିତଙ୍କ ମାଆ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି ଯେ କିଛି ଦିନ ତଳେ ଏହି ୪ ଜାଣ ଆସି ତାଙ୍କ ପୁଅକୁ ଚେତାବନୀ ଦେଇ ଯାଇଥିଲେ। ସେଲୁନ୍‌ ଭିତରକୁ ଦଳିତଙ୍କୁ ନପୂରାଇବା ପାଇଁ ଧମକ ମଧ୍ୟ ଦେଇଥିଲେ।

ଯାହା ବି ହେଉ, ଦଳିମାନଙ୍କ ବୟାନ ଲେଖିବାକୁ ପୁଲିସ୍‌ ଗ୍ରାମ ଭିତର ଯାଇ ସେମାନଙ୍କୁ ପଚରାଉଚରା କରିଥିଲା। ସେମାନେ କହିଛନ୍ତି ଯେ ସେଲୁନ୍‌କୁ ପ୍ରବେଶ କରିବା ପାଇଁ କେହି ହେଲେ ତାଙ୍କୁ ପୂର୍ବରୁ ମନା କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତମାସ ଆରମ୍ଭରୁ୧୩ ବର୍ଷିଅ ଜଣେ ଦଳିତ ବାଳକକୁ ୫ ଜଣ ଲୋକ ବାଡ଼େଇଥିବା ଅଭିଯୋଗ ହୋଇଥିଲା। ବାଳକ ଜଣକ ଉପର ଜାତିର ଲୋକଙ୍କ ପରି ଜୋତା ଓ ଚେନ୍‌ ବ୍ୟବହାର କରିଥିବା ନେଇ ତାକୁ କିଛି ଜାତିକୈନ୍ଦ୍ରିକ ବ୍ୟକ୍ତି ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର