ବିବାହକୁ ଆଉ ଦିନ କେଇଟା ବାକି ଥିଲା ବେଳେ ବିଚ୍‌ରାସ୍ତାରେ ଭାବି ସ୍ୱାମୀଙ୍କୁ ପିଟିଲେ ମହିଳା

ଇନ୍ଦୋର: ଖଣ୍ଡବାରେ ଜଣେ ଯୁବକଙ୍କ ସହିତ ତାଲବାଡିଆର ଯୁବତୀଙ୍କ ବିବାହ ସ୍ଥିର ହୋଇଯାଇଥିଲା। ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥାଏ। ଘରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥାଏ। ଏହି ସମୟରେ ପୁଅ ଘର  ଆହୁରି ଦୁଇଲକ୍ଷ ଟଙ୍କା ଯୌତୁକ ଦାବି କଲେ, ଏହି ଯୌତୁକ ନଦେଲେ ବିବାହ ଭାଙ୍ଗି ଦେବେ ବୋଲି ବି ଧମକ ଦେଲେ। ତେବେ ଅନେକ ବୁଝାଶୁଝା କରିବା ପରେ ବି ପୁଅପକ୍ଷ ନ ରାଜି ହେବାରୁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଝିଅ ଭାବି ସ୍ୱାମୀଙ୍କୁ ବିଚ ରାସ୍ତାରେ ମାଡ ମାରିଲା। ଏହି ଘଟଣାର  ଏକ ଭିଡିଓ ଏବେ  ଭାଇରାଲ ହୋଇଛି।

ଏହି ଘଟଣା ସମ୍ପର୍କରେ ଯୁବତୀ କହନ୍ତି, ‘ଗୌରଶଙ୍କର ପୁତ୍ର ଭୁପେନ୍ଦ୍ରଙ୍କର ସହିତ ମୋର ବିବାହ ନଭେମ୍ବର ୨୮ ତାରିଖରେ ହେବାକୁ ଥିଲା। ବିବାହକୁ ଆଉ କିଛିଦିନ ବାକିଥିବା ବେଳେ ଭୁପେନ୍ଦ୍ର ଓ ତାଙ୍କ ପରିଜନ ଆହୁରି ଦୁଇଲକ୍ଷ ଟଙ୍କା ଯୌତୁକ ବାବଦକୁ ଦାବି କରିଥିଲେ। ବାପା ଧାରକରଜ କରି ମୋର ବିବାହ ପ୍ରସ୍ତୁତି କରିଥିବାରୁ ତାଙ୍କ ପକ୍ଷେ ଆହୁରି ଏତେଗୁଡାଏ ଟଙ୍କା ଦେବା ସମ୍ଭବ ନଥିଲା। ତେଣୁ ସେ ଏହି ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ଭୁପେନ୍ଦ୍ରଙ୍କ ପରିବାର ବିବାହ ଭାଙ୍ଗି ଦେବେ ବୋଲି କହିଥିଲେ। ଏହି କଥା ଶୁଣି ମୋର ପିତା ଓ ଭାଇ ପୁଲିସ ଷ୍ଟେସନ୍‌ ଯାଇ ଘଟଣା ସମ୍ପର୍କରେ କହିଥିଲେ। ପୁଲିସ ଭୁପେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଡାକି ବୁଝାଶୁଝା କରିଥିଲେ। ଏହାପରେ ସେମାନେ ବିବାହ ପାଇଁ ସିନା ରାଜି ହୋଇଥିଲେ। ହେଲେ କୋର୍ଟ ଯାଇ ଏକ ଷ୍ଟାମ୍ପପେପର୍‌ରେ କିଛିଟା ସର୍ତ୍ତ ଲେଖି ମୋ ପାଖକୁ ଦସ୍ତଖତ ପାଇଁ ଆସିଥିଲେ। ମୁଁ ଏହି ଯୌତୁକ ଲୋଭିଙ୍କ କାରନାମକୁ ସହ୍ୟ କରି ନପାରି ବିଚ ରାସ୍ତାରେ ଭୁପେନ୍ଦ୍ରଙ୍କୁ ନିସ୍ତୁକ ମାଡ ମାରିଥିଲି।’

ସମ୍ବନ୍ଧିତ ଖବର