ପତ୍ନୀ ସୁନ୍ଦରୀ ବୋଲି ବେଶ୍ୟାଳୟକୁ ବିକିବାକୁ ଆସିଥିଲେ ସ୍ୱାମୀ, ଗ୍ରାହକ ସାଜିଲେ ପୁଲିସ, ତାପରେ…

ନୂଆଦିଲ୍ଲୀ: ବିହାରର ସଦ୍ଦାମ ହୁସେନ(୩୨ ବର୍ଷ) । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ସମୀରା( ଛଦ୍ମ ନାମ)ଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରଇଥଲେ। ଆଉ ସମୀରା ଥିଲେ ଅନନ୍ୟା ସୁନ୍ଦରୀ। ତେଣୁ ଯେତେବେଳେ ବି ସଦ୍ଦାମ ହୁସେନ ସମୀରାଙ୍କୁ ନେଇ ବଜାର କିମ୍ବା ଅନ୍ୟ କେଉଁ ସ୍ଥାନକୁ ଯାଉଥିଲେ, ଲୋକେ ସମୀରାଙ୍କ ସୌନ୍ଦର୍ଯ୍ୟ ପାଇଁ ତାଙ୍କୁ ବୁଲି ଚାହୁଁଥଲେ। ଆଉ ଏହା ଦିନକୁ ଦିନ ସଦ୍ଦାମଙ୍କ ପାଇଁ ଅସହ୍ୟ ହେବାରେ ଲାଗେିଲା। ଏପରିକି କେତେଜଣଙ୍କ ସହିତ ଏହାକୁ ନେଇ ସଦ୍ଦାମ ହୁସେନଙ୍କର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଶେଷରେ ଏହି ସମସ୍ୟା( ସମୀରାଙ୍କ ସୌନ୍ଦର୍ଯ୍ୟ ଓ ତାଭ୍କୁ ଲୋକେ ଚାହିଁବାରୁ ସଦ୍ଦାମ ଙ୍କ ଗଣ୍ଡଗୋଳ) ସବୁଦିନ ପାଇଁ ତୁଟାଇବା ପାଇଁ ସମୀରାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଷଳ ସଦ୍ଦାମ । ଆଉ ଏଥିପାଇଁ ଏକ ଛୁରି କିଣି ଆଣି ଘରେ ରଖିଥିଲେ। ମାତ୍ର ଯେଉଁ ଦିନ ସମୀରାଙ୍କୁ ହତ୍ୟା କରିବେ ବୋଲି ସ୍ଥିର କରିଥିଲେ, ସେହିଦିନ ସଦ୍ଦାମ ହୁସେନଙ୍କ ମୁଣ୍ଡରେ ଆଉ ଏକ ଦୁଷ୍ଟ ବୁଦ୍ଧି ପଶିଥିଲା। ସମୀରାଙ୍କୁ ହତ୍ୟା ନ କରି ଦିଲ୍ଲୀରେ ଏକ ବେଶ୍ୟାଳୟରେ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ସଦ୍ଦାମ ହୁସେନ। ତେଣୁ ଏ ନେଇ ଦିଲ୍ଲୀର କେତେକ ବେଶ୍ୟାଳୟ ସହିତ ଯୋଗାଯୋଗ କରିଥିଲା ସଦ୍ଦାମ। ତେବେ ସଦ୍ଦାମର ଦୁର୍ଭାଗ୍ୟକୁ ସେ ସମୀରାଙ୍କୁ ଯେଉଁ ବେଶ୍ୟାଳୟରେ ବିକ୍ରିି କରିବ ବୋଲି ସ୍ଥିର କରି ଦଲାଲଙ୍କୁ ଯୋଗାଯୋଗ କରିଥିଲା, ସେହି ଦଲାଲ ଜଣକ ଥିଲା ଜଣେ ପୁଲିସ ଇନ୍‌ଫରମର। ମାତ୍ର ଏ ସମ୍ପର୍କରେ ସଦ୍ଦାମ କିଛି ଜାଣି ନ ଥିଲା। ସବୁ ଠିକ୍‌ ଠାକ ହେବା ପରେ ସଦ୍ଦାମ ହୁସେନ ସମୀରାଙ୍କୁ ଧରି ଦିଲ୍ଲୀ ଅଭିମୁଖେ ବାହାରିଥିଲା। ଆଉ ସମୀରଙ୍କୁ କହିଥିଲା,ଯେ ଦୀର୍ଘ ଦିନ ହେଲା ତୁମ ଘରକୁ ତୁମେ ଯାଇ ନ ଥିବାରୁ , ଚାଲ ସାଙ୍ଗ ହୋଇ ଯିବା। ଦିଲ୍ଲୀରେ ରହୁଥିବା ନିଜ ପରିବାରକୁ ଭେଟିବାକୁ ବେଶ୍‌ ଆଗ୍ରହର ସହିତ ସମୀରା ସ୍ୱାମୀ ସଦ୍ଦାମଙ୍କ ସହିତ ବାହାରି ଯାଇଥିଲା। ମାତ୍ର ସମୀରା ସ୍ୱାମୀ ସଦ୍ଦାମ ମନ ଭିତରେ ଲୁଛି ରହିଥିବା କୁତ୍ସିତ ଚିନ୍ତାଧାରା ସମ୍ପର୍କରେ ସାମାନ୍ୟତମ ସୁରାକ ମଧ୍ୟ ପାଇ ନ ଥିଲା।

 

ସେମାନେ ଷ୍ଟେସନରେ ପହଞ୍ଚିିବା ପରେ ସମୀରା ବେଶ୍‌ ଖୁସି ଥିବା ବେଳେ ସଦ୍ଦାମ ତାଙ୍କୁ ବସାଇ ଦେଇ କିଛି ସମୟ ପାଇଁ ବାହାରୁ ଆସୁଛି କହି ପତ୍ନୀଙ୍କୁ ବିକ୍ରିି କରିବା ପାଇଁ କଥାବାର୍ତ୍ତା ହୋଇଥିବା ଦଲାଲଙ୍କୁ ଖୋଜିଥିଲା। ମାତ୍ର ଦଲାଲ ଜଣକ ଏ କଥା ଦିଲ୍ଲୀର କମ୍‌ଲା ମାର୍କେଟ ଥାନା ଅଧିକାରୀ ସୁନୀଲ କୁମାରଙ୍କୁ ଜଣାଇ ଦେଇଥିିବାରୁ ସମୀରାଙ୍କୁ କିଣିବା ପାଇଁ ଗ୍ରାହକ ସାଜି ସଦ୍ଦାମଙ୍କ ଆଗକୁ ଆସିଥିଲେ ଥାନା ଇନ୍ସପେକ୍ଟର ସୁନୀଲ କୁମାର। ମାତ୍ର କାଳେ ଧରାପଡ଼ିଯିବ ବୋଲି ସଦ୍ଦାମ ସମୀରାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଥିଲେ ଇନସ୍‌ପେକ୍ଟର। ତେବେ ସମୀରାଙ୍କ ପାଇଁ ସଦ୍ଦାମ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ଇନ୍‌ସପେକ୍ଟର ଏଥିପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମୁଲଚାଲ କରି ଦର ନିର୍ଦ୍ଧାରଣ କରିଥିଲେ।ଶେଷକୁ ୧୦ ହଜାର ଟଙ୍କା ଆଡଭାନ୍ସ ନେଇ ସଦ୍ଦାମ ଯାଇଥିଲା ଓ କିଛି ସମୟ ପରେ ସମୀରାଙ୍କୁ ଧରି ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ତେବେ ଯେତେବେଳ ସମୀରାଙ୍କ ପାଇଁ ସଦ୍ଦାମ ଆଉ ୧ଲକ୍ଷ ୧୦ ହଜାର ଟଙ୍କା ଦାବି କଲା ସେତେବେଳେ ପୁଲିସ ଇନ୍ସପେକ୍ଟର ସୁନୀଲ କୁମାର ତାଙ୍କୁ ଗିରଫ କରିବା ସହିତ ସମସ୍ତ କଥା ସମୀରାଙ୍କୁ କହିଥିଲେ। ସ୍ୱାମୀ ତାଙ୍କୁ ବେଶ୍ୟାଳୟକୁ ବିକ୍ର ପାଇଁ ଆଣିଥିବା ଜାଣିବା ପରେ ସମୀରା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ମହିଳା ପୁଲିସ ଥାନାରେ ରଖି କାଉନ୍‌ସିଲିଂ କରୁଛନ୍ତି।

ସମ୍ବନ୍ଧିତ ଖବର