ପ୍ରେମିକକୁ ଦେଖା କରିବାର ସ୍ୱାଧୀନତା ମିଳୁ ନଥିବାରୁ ରାଗରେ ପ୍ରେମିକ ସହ ମିଶି ବାପାକୁ ହତ୍ୟା କଲା ଝିଅ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ଜଣେ ୧୫ବର୍ଷୀୟ ନାବାଳିକା ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରେମିକ ସହ ମିଶି ନିଜ ଜନ୍ମ କଲା ବାପାକୁ ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ହତ୍ୟା ପରେ ପୁଲିସ ଅଭିଯୁକ୍ତ ଝିଅ ଓ ତା’ର ୧୮ବର୍ଷୀୟ ପ୍ରେମିକକୁ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ପରେ ପଚରାଉଚରା କରିବାରୁ ହତ୍ୟା ପଛର ପ୍ରକୃତ କାରଣ ଜଣାଇଛି ଝିଅ।

दोनों ने जुर्म कबूल किया- पुलिस
oneindia.com

ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତା’ର ଦେଖା ୧୦ମ ଶ୍ରେଣୀରେ ପଢ଼ୁଥିବା ପ୍ରବୀନଙ୍କ ସହ ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ଆନ୍ତରିକତା ବଢ଼ିଥିଲା । ପ୍ରବୀନ ସ୍କୁଲ ସାରି କଲେଜ ଯିବା ପରେ ମଧ୍ୟ ଦୁହେଁ ଦେଖା କରିବା ବନ୍ଦ କରି ନଥିଲେ । ପ୍ରତିଦିନ ସପିଂ ମଲ୍‌ରେ ଦେଖା କରୁଥିବା ଜାଣି ମୃତ ଜୟ କୁମାର ଜୈନ୍‌ ନିଜ ଝିଅକୁ ତାଗିଦ୍‌ କରିଥିଲେ । ବାହାରକୁ ନ ଛାଡ଼ିବା ସହ ଫୋନ ମଧ୍ୟ ବ୍ୟବହାର କରିବାକୁ ଦେଉ ନଥିଲେ । ପ୍ରତିଦିନ ଏପରି ହେବାରୁ ଦୁହେଁ ମିଶି ଜୟ କୁମାରଙ୍କୁ ହତ୍ୟା କରିବା ବିଷୟରେ ଚିନ୍ତା କରିଥିଲେ। ଜୟ କୁମାରଙ୍କୁ କ୍ଷୀରରେ ନିଶା ଦେଇ ଅଭିଯୁକ୍ତ ଝିଅ ପ୍ରବୀନଙ୍କୁ ଡ଼ାକିବା ସହ ପରେ ଛୁରି ଭୁସି ଜୟ କୁମାରଙ୍କୁ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର