ଏଭଳି ଭାବେ ବାପାର ଅସଲ ଚେହେରା ସାମ୍ନାକୁ ଆଣିଲା ୧୫ବର୍ଷୀୟ ପୁଅ, ଅନ୍ୟ ମହିଳାଙ୍କ ସହ ଥିଲା ଅବୈଧ ସଂପର୍କ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ପୁଅ ନିଜ ବାପାଙ୍କର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅବୈଧ ସଂପର୍କ ଉପରୁ ପରଦା ଉଠାଇବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନାବାଳକଜଣଙ୍କ ନିଜ ବାପାଙ୍କ ଫୋନ ନେଇ ଗେମ୍‌ ଖେଳୁଥିବା ସମୟରେ ସବୁ ସତ ସାମ୍ନାକୁ ଆସି ଯାଇଥିଲା । ଅଭିଯୁକ୍ତ ବାପା ନିଜ ପ୍ରେମିକାଙ୍କ ସହ ହ୍ଵାଟ୍ସଆପ୍‌ ମେସେଜ ଜରିଆରେ ହୋଇଥିବା ସବୁ କଥା ଦେଖିବା ସହ କଥା ହେଉଥିବା ସମୟର କଲ୍‌ ରେକଡିଂ ଶୁଣି ନାବାଳକଜଣଙ୍କ ନିଜ ମା’ଙ୍କୁ ଜଣାଇଥିଲେ । ସବୁ ଜାଣି ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Times Now

ପୀଡ଼ିତା ପୁଲିସରେ କରିଥିବା ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କ ଅବୈଧ ସଂପର୍କ ବିଷୟରେ ଜାଣିବା ପରେ ମୁଁ ତାଙ୍କୁ ଏ ନେଇ ପଚାରିଥିଲି । କିନ୍ତୁ କୌଣସି ସଫେଇ ଦେବା ପରିବର୍ତ୍ତେ ସେ ମୋତେ ମାଡ଼ ମାରିଥିଲେ । ପରିବାରର କେହି ଯେମିତି ଏ ବିଷୟରେ ନ ଜାଣନ୍ତି, ସେ ନେଇ ମୋତେ ଧମକାଇଥିଲେ । ତେବେ ପୀଡ଼ିତା ଅଭିଯୋଗ କରି ସାରିଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ଉପରେ ଅଭିଯୋଗ ଫେରାଇ ଆଣିବାର ଚାପ ପକାଉଥିବା କହିଛି ପୁଲିସ । ପୀଡ଼ିତାଙ୍କ ପକ୍ଷରୁ କିଛି ଜବାବ ନ ମିଳିଥିବାରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ଗ୍ରହଣ କରିନାହିଁ ।

ସମ୍ବନ୍ଧିତ ଖବର