ଓଲା କ୍ୟାବ୍‌ ଡ୍ରାଇଭର ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ସହ ଉଲଗ୍ନ କରି ଫଟୋ ଉଠାଇଲା

ବେଙ୍ଗାଲୁରୁ: ପୁଣି ଜଣେ ଓଲା କ୍ୟାବ୍‌ ଡ୍ରାଇଭରଙ୍କର ଜଣେ ମହିଳା ଆର୍କିଟେକଙ୍କୁ ଯୌନ ନିର୍ଯ୍ୟାତନା ଦେବା ଘଟଣା ସାମ୍ନାକୁ ଆସିଛି। ଜୁନ୍‌ ପହିଲା ଭୋର୍‌ରୁ ଘଟିଛି ଏହି ନାରକୀୟ କାଣ୍ଡ। ଜଣେ ୨୬ ବର୍ଷୀୟା ଯୁବତୀ ରାତି ୨ଟା ସମୟରେ ଏୟାରପୋର୍ଟ ଯିବା ଲାଗି ଏକ ଓଲା କ୍ୟାବ୍‌ ବୁକ୍‌ କରିଥିଲେ। ସେ କ୍ୟାବ୍‌ରେ ବସି କିଛି ଦୂର ଯିବା ପରେ ଡ୍ରାଇଭର ଜଣକ ଭୁଲ ରାସ୍ତାରେ ଗାଡ଼ି ନେଇ ବାଟରେ ତାଙ୍କୁ ଅସଦାଚରଣ କରିଥିଲା। ଏହାପରେ ଯୁବତୀଙ୍କୁ ସଂପୂର୍ଣ୍ଣ ଉଲଗ୍ନ ହେବାକୁ ବାଧ୍ୟ କରିଥିଲା। ଯୁବତୀ ଏଥିରେ ରାଜି ନ ହେବାରୁ ତାଙ୍କୁ ଡ୍ରାଇଭର ଜଣକ ଧମକ ଦେଇଥିଲା କି ସେ ଯଦି ଉଲଗ୍ନ ନହୋଇ ଫଟୋ ପୋଜ ନ ଦିଅନ୍ତି ତେବେ ତା’ର ବନ୍ଧୁମାନଙ୍କୁ ଡ଼କାଇ ସେମାନଙ୍କ ଦ୍ୱାରା ଗଣଦୁଷ୍କର୍ମ କରାଇବ। ଏହାପରେ ଯୁବତୀ ଜଣକ ତା’ କଥାରେ ରାଜି ହୋଇଥିଲେ।

ଡ୍ରାଇଭର ଜଣକ ଯୁବତୀଙ୍କ ଫୋନ୍‌ରେ ତାଙ୍କର ଉଲଗ୍ନ ଫଟୋ ଉଠାଇ ସେଥିରୁ ହ୍ଵାଟ୍‌ସ ଆପ୍‌ ଜରିଆରେ ତା’ର ମୋବାଇଲ୍‌କୁ ପଠାଇଥିଲା। ଏହାପରେ କୌଣସି ମତେ ଯୁବତୀ ଜଣକ ଡ୍ରାଇଭର କବଳରୁ ମୁକୁଳି ପାରିଥିଲା।
ଏସବୁ ଲୋମଟୁଙ୍କୁରା ଘଟଣା ଘଟିବା ପରେ ଯୁବତୀ ଜଣକ ଇ-ମେଲ୍‌ ଜରିଆରେ ବେଙ୍ଗାଲୁରୁ ପୁଲିସ କମିସନରଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଏହାପରେ ପୁଲିସ ଉକ୍ତ ଓଲା କ୍ୟାବ୍‌ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଘଟଣା ପରେ ଓଲା ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହିତ ଡ୍ରାଇଭରକୁ କଳାପଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର