ସଫ୍ଟଓ୍ଵୟାର ଇଞ୍ଜିନିୟରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମହିଳା ସହକର୍ମୀ

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁର ଇଲେକ୍ଟଟ୍ରୋନିକ୍ସ ସିଟିରେ ଥିବା ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ କାର୍ଯ୍ୟରତା ଜନୈକା ୨୭ ବର୍ଷ ବୟସ୍କା ଯୁବତୀଙ୍କୁ ସେହି କମ୍ପାନିର ଜନୈକ ସଫ୍ଟଓ୍ଵୟାର ଇଞ୍ଜିନିୟର ଗତ ଡିସେମ୍ବର ୨୦୧୬ରୁ ଯୌନ ଉତ୍ପୀଡ଼ନ କରି ଆସୁଥିଲେ। ଶେଷରେ ଏହି ଯୌନ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଯୁବତୀ ଜଣକ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ୩୨ ବର୍ଷ ବୟସ୍କ ସଫ୍ଟଓ୍ଵୟାର ଇଞ୍ଜିନିୟର ବିଜୟ କୁମାରଙ୍କ ବିରୋଧରେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଠାରୁ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ୍‌ ଭାରତୀୟ ଦଣ୍ଡବିଧି ଆଇନ୍‌ର ୩୫୪ଏ ଧାରାରେ ଏକ ମାମଲା ଆଗତ କରି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର