ମଦ ପାଇଁ ଦିନ ମଜୁରିଆଙ୍କୁ ହତ୍ୟା କରିଥିଲେ ୩ଯୁବକ, ଧରା ପକାଇଲା ଟି-ସାର୍ଟରେ ଲେଖାଥିବା ଏକ ଶବ୍ଦ

ବେଙ୍ଗାଲୁରୁ : ଗତ ମାର୍ଚ୍ଚ ୨୬ ତାରିଖରେ ପୁଲିସକୁ ଜଣେ ଦିନ ମଜୁରିଆଙ୍କ ମୃତଦେହ ମିଳିଥିଲା । ଅଭିଯୁକ୍ତମାନେ ହତ୍ୟା ପରେ ମୃତକଙ୍କୁ ଅଳିଆଗଦାରେ ଫିଙ୍ଗି ଦେଇଥିବା ବେଳେ ବାଟରେ ଯାଉଥିବା ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଏବେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିବା ଜଣା ପଡ଼ିଛି । ସିସିଟିଭିରୁ ଜଣେ ଅଭିଯୁକ୍ତ ପିନ୍ଧିଥିବା ଟି-ସାର୍ଟରେ ‘ଏଲ୍‌’ ଲେଖାଥିବା ଦେଖି ପୁଲିସ ଅଭିଯୁକ୍ତମାନଙ୍କୁୁ ଧରିବାରେ ସଫଳ ହୋଇଛି । ଗିରଫ ହେବା ପରେ ମୃତକଙ୍କ ପାଖରେ ଥିବା ମଦ ବୋତଲ ପାଇଁ ୩ଜଣ ତାଙ୍କୁ ହତ୍ୟା କରିଥିଲେ ବୋଲି ସାମ୍ନାକୁ ଆସିଛି ।

pakistantoday.com.pk

ସୂଚନା ମୁତାବକ, ସତ୍ୟଶୀଳନ ନିଜ ସହ ମଦ ବୋତଲ ନେଇ ଯାଉଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇ ମଦ ବୋତଲ ମାଗିଥିଲେ । ସତ୍ୟଶୀଳନ ଦେବା ପାଇଁ ମନା କରିବାରୁ ୩ଜଣ ଅଭିଯୁକ୍ତ ତାଙ୍କ ସହ ଝଗଡ଼ା କରିବା ପରେ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସତ୍ୟଶୀଳନ ଅଚେତ୍‌ ହେବାରୁ ୩ଜଣ ତାଙ୍କ ପାଖରେ ଥିବା ମଦ ବୋତଲ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ତଦନ୍ତ ପାଇଁ ପୁଲିସ ସିସିଟିଭି ଯାଞ୍ଚ କରିବାରୁ ଜଣେ ଅଭିଯୁକ୍ତଙ୍କ ଟି-ସାର୍ଟରେ ‘ଏଲ୍‌’ ଲେଖାଥିବା ଦେଖା ଯାଇଥିଲା । ଯାହା ପରେ ଟି-ସାର୍ଟ ପିନ୍ଧିଥିବା ଲୋକେଶକୁ ପୁଲିସ ଖୋଜି ପାଇବା ପରେ ଘଟଣାରେ ସଂପ୍‌କ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା ।

ସମ୍ବନ୍ଧିତ ଖବର