ପ୍ରେମରେ ଧୋକା ଦେଇ ଅନ୍ୟ ମହିଳାଙ୍କୁ ବିବାହ କରିବାରୁ ପ୍ରେମିକର ଗୁପ୍ତାଙ୍ଗ କାଟିଥିଲେ ମହିଳା, ଏବେ ମିଳିଲା ଏଭଳି ଦଣ୍ଡ

ବେଙ୍ଗାଲୁରୁ: ପ୍ରେମରେ ଧୋକା ମିଳିବା ପରେ ଜଣେ ପ୍ରେମିକା ନିଜ ପ୍ରେମିକର ଗୁପ୍ତାଙ୍ଗ କାଟି ଦେବା ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏବେ ପ୍ରେମିକାକୁ ସେହି ଅପରାଧ ପାଇଁ ଦଣ୍ଡ ମିଳିଛି। ୧୦ବର୍ଷ ଜେଲ ସହ ୧୫,୦୦୦ଟଙ୍କା ଜରିମାନା ଭରିବାକୁ ଆଦେଶ ଦେଇଛନ୍ତି ଅଦାଲତ। ଅଭିଯୁକ୍ତ ମହିଳାଙ୍କ ନାଁ ସୟିଦା ଆମିନ୍ ନହିମ ବୋଲି ଜଣା ପଡ଼ିଥିବା ବେଳେ ପେସାରେ ସେ ଜଣେ ଦନ୍ତ ଚିକିତ୍ସକ ବୋଲି ଜଣା ପଡ଼ିଛି। ନଭେମ୍ବର ୨୯, ୨୦୦୮ରେ ସୟିଦା ନିଜ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଥିବା ବେଳେ ଡିସେମ୍ବର ୧୧,୨୦୧୯ରେ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋରମଙ୍ଗଲାର ସିଭିଲ୍ ଓ ସେସନ୍ କୋର୍ଟ।

ଏହି ଘଟଣା ପରେ ପୀଡ଼ିତଙ୍କ ବୈବାହିକ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ସହ ତାଙ୍କୁ ମାନସିକ ପୀଡ଼ା ସହିବାକୁ ପଡ଼ିଛି। ‌କୌଣସି ଟଙ୍କା ମଧ୍ୟ ଯୁବକଙ୍କ ପୀଡ଼ାରେ ମଲମ ଲଗାଇ ପାରିବ ନାହିଁ। କିନ୍ତୁ ଦୋଷୀକୁ ଦଣ୍ଡ ଦେବା ପାଇଁ ଅଦାଲତ ଅଭିଯୁକ୍ତ ମହିଳାଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସହ ୧୫,୦୦୦ଟଙ୍କା ଜରିମାନା ଭରିବାକୁ ଆଦେଶ ଦେଉଛି ବୋଲି କହିଥି‌ଲେ ବିଚାରପତି ବିଦ୍ୟାଧର ଶୀରାହଟ୍ଟୀ।

ସୂଚନା ମୁତାବକ, ପୀଡ଼ିତ ମୀର ଅର୍ସଦ ଅଲ୍ଲୀ କିଛି ବର୍ଷ ସୟିଦାଙ୍କ ସହ ପ୍ରେମ ସଂପର୍କରେ ରହିଥିଲେ। କିନ୍ତୁ ପରେ ଅର୍ସଦ ସୟିଦାଙ୍କ ସହ ସବୁ ସଂପର୍କ ଛିନ୍ନ କରି ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ। ଏଥିରେ ରାଗି ଯାଇ ସୟିଦା ଅର୍ସଦଙ୍କୁ ନିଜ କ୍ଲିନିକକୁ ଦେଖା ହେବା ପାଇଁ ଡ଼ାକିଥିଲେ। ଅର୍ସଦ ପହଞ୍ଚିବା ପରେ ସୟିଦା ଜୁସରେ ନିଶା ମିଶାଇ ଅର୍ସଦଙ୍କୁ ପିଇବାକୁ ଦେଇଥିଲେ। ଅଚେତ ହେବା ପରେ ସୟିଦା ଅର୍ସଦଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସେଠାରୁ ଫେରାର ହୋଇ ଯାଇଥିଲେ।

Bengaluru woman chops boyfriend's penis
timesnownews.com

ପରେ ସର୍ଜରୀ ପାଇଁ ଅର୍ସଦଙ୍କ ପରିବାର ଲୋକେ ସୟିଦାଙ୍କୁ ଗୁପ୍ତାଙ୍ଗ ମାଗିଥିଲେ ମଧ୍ୟ ସୟିଦା ଏହି ଘଟଣାରେ ନିଜର କୌଣସି ସଂପୃକ୍ତି ଥିବା ନେଇ ମନା କରି ଦେଇଥିଲେ। ଏହା ସହ ଅର୍ସଦ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଥିବା କଥା କହିଥିଲେ ସୟିଦା। ଏ ନେଇ ଅର୍ସଦଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ସୟିଦାଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଗୁପ୍ତାଙ୍ଗକୁ ଛାଡ଼ିଦେଲେ ଅର୍ସଦଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗି ନଥିବାରୁ ସୟିଦା ହିଁ ଜାଣି ଜାଣି ଏଭଳି କରିଥାଇ ପାରନ୍ତି ବୋଲି କହିଥିଲେ ଡାକ୍ତର। ଏ ବିଷୟରେ ଜାଣି ପୁଲିସ ପଚରାଉଚରା କରିବା ପରେ ସୟିଦା ନିଜର ସମସ୍ତ ଦୋଷ ମାନି ନେଇଥିଲେ।

ସମ୍ବନ୍ଧିତ ଖବର