ମଥାରେ ସିନ୍ଦୂର ଭରି ନର୍ସଙ୍କୁ ବିବାହ କରି କାହାକୁ କହିବନି ବୋଲି କହିଲେ ଡ଼ାକ୍ତର, ନର୍ସ ଗର୍ଭବତୀ ହେବାରୁ କଲେ ଏଭଳି କାମ

ଭାଗଲପୁର(ବିହାର) : ଜେଏଲ୍‌ଏନ୍‌ଏମ୍‌ସିଏଚ୍‌ର ଜଣେ ଏ-ଗ୍ରେଡ୍‌ ନର୍ସ ପିଜି ସର୍ଜରୀ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଡ଼ାକ୍ତର ବିବେକ କୁମାରଙ୍କ ଉପରେ ବିବାହ କରି ଯୌନ ଶୋଷଣ ଏବଂ ଜୋର ଜବରଦସ୍ତ ଗର୍ଭପାତ କରିବାର ଅଭିଯୋଗ ଆଣିଛନ୍ତି । ପୀଡ଼ିତା ବରାରୀ ଥାନାରେ ଅଭିଯୁକ୍ତ ବିବେକ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି ।

freepressjournal.in

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ,ବିବେକ ବିବାହର ପ୍ରତିଶ୍ରୁତି ଦେଇ ଆନୁଷ୍ଠାନିକ ଭାବରେ ବିବାହ କରିବା ପରିବର୍ତ୍ତେ ଏକ ଘର ଭଡ଼ା ନେଇ ସେଠାରେ ମୋ ମଥାରେ ସିନ୍ଦୂର ପିନ୍ଧାଇଥିଲେ । ଏବେ ଆମର ବିବାହ ହୋଇଗଲା କିନ୍ତୁ କାହାକୁ କହିବ ନାହିଁ ବୋଲି ବିବେକ ମୋତେ କହିଥିଲେ । ବର୍ଷେ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିଲା । ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭଳି ରହିବାକୁ ଲାଗିଥିଲୁ । ଆମ ସଂପର୍କ ବିଷୟରେ କେହି ଜାଣି ପାରି ନଥିଲେ । କିଛି ଦିନ ପରେ ମୁଁ ଗର୍ଭବତୀ ଥିବା ଜାଣି ଔଷଧ ଦେଇ ମୋର ଗର୍ଭପାତ କରାଇଥିଲେ । ମୁଁ ବିରୋଧ କରିବାରୁ ମୋତେ ଓ ମୋ ମା’ଙ୍କୁ ଯୌତୁକ ଦରକାର । ଯୌତୁକ ଦେଲେ ଯାଇ ବିବାହ କରିବି ବୋଲି କହିଥିଲେ ବିବେକ । ପରେ ଘର ଲୋକଙ୍କ କଥା ଶୁଣି ବିବେକ ମୋ ସହ ରହିବା ଛାଡ଼ିଦେଲେ । ପୁଅ ମୋର ଡ଼ାକ୍ତର, ମୁଁ ନର୍ସ ସହ ବିବାହ କେବେ କରାଇବି ନାହିଁ ବୋଲି ତାଙ୍କ ମା’ କହିବା ସହ ଜାତିକୁ ନେଇ ମଧ୍ୟ ଅନେକ କଥା କହିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏତେ ସବୁ ହେବା ପରେ ବିବେକ ଦ୍ୱିତୀୟ ବିବାହ କରୁଥିବା ଜାଣିବା ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର