ସ୍ତ୍ରୀ ଛାଡ଼ପତ୍ର ଦେବାକୁ ମନା କରିବାରୁ ଜିଅନ୍ତା ଜାଳିଦେଲା ସ୍ୱାମୀ

ଭାଗଲପୁର : ବିହାରର ଭାଗଲପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ଛାଡ଼ପତ୍ର ଦେବାକୁ ମନା କରିବାରୁ ସ୍ୱାମୀ ରାଗରେ ନିଜ ସ୍ତ୍ରୀକୁ ଜିଅନ୍ତା ଜାଳିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ମହିଳାଜଣଙ୍କ ୮୦ପ୍ରତିଶତ ଜଳି ଯାଇଥିବା ସହ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟ ପକ୍ଷରେ, ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସ୍ୱାମୀ, ଶାଶୁ, ଦେଢ଼ଶୁର ଏବଂ ନଣନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରି ସାରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ତଲାସି ଜାରି ରହିଛି ।

The Hans India

ସୂଚନା ମୁତାବକ, ମହମ୍ମଦ ସୋନବର ନିଜ ପତ୍ନୀ ବେଗମ ଖାତୁନଙ୍କୁ ଛାଡ଼ପତ୍ର ମାଗିଥିଲେ । କିନ୍ତୁ ଖାତୁନ ଏଥିପାଇଁ ରାଜି ହୋଇ ନଥିଲେ । ଯାହା ପରେ ସୋନବର ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ହତ୍ୟା କରି ମାମଲାକୁ ଅଭିଯୁକ୍ତ ଚାପି ଦେବା ଉଦ୍ଦେଶ୍ୟ ରଖିଥିବା ବେଳେ ପୀଡ଼ିତାଙ୍କ ପରିବାର ଲୋକେ ଘଟଣା ଘଟିବା ସମୟରେ ପହଞ୍ଚି ଯିବାରୁ ଶାଶୁଘର ଲୋକଙ୍କ ଅସଲ ମୁଖା ଖୋଲି ଯାଇଥିଲା । ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପ୍ରଥମେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେବା ସହ ପରେ ପୁଲିସରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ସମ୍ବନ୍ଧିତ ଖବର