ବିହାରର ହାଇଟେକ୍‌ ଚୋର: ସିସିଟିଭିର ତାର କାଟି ଏଟିଏମ୍‌ରୁ ଲୁଟି ନେଲେ ୨୧ଲକ୍ଷ

ଭାଗଲପୁର: ବିହାରରେ ଭାଗଲପୁରରେ ପୁଣି ଥରେ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଏଟିଲମ୍‌ ଲୁଟେରା । ପୁଲିସ ଆଖିରେ ଧୁଳି ଦେଇ ଏଟିଏମ୍‌ରେ ଲାଗିଥିବା ସିସିଟିଭିର ତାର କାଟିବା ସହ ଏଟିଏମ୍‌ରୁ ୨୧ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଭାଗଲପୁରର ମୁଜାହିଦ୍‌ ଥାନା ଅନ୍ତର୍ଗତ ମୀରଜାହ୍ନତ ଅଞ୍ଚଳରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରେ ଲୁଟେରାମାନେ କଳାକନା ବୁଲାଇ ଥିଲେ । ଏଟିଏମ୍‌ ଲୁଟିବା ପାଇଁ ଲୁଟେରାମାନେ ଗ୍ୟାସ୍‌ କଟିଂ ମେସିନ୍‌ର ବ୍ୟବହାର କରିଥିଲେ । ଯାହା ସାହାଯ୍ୟରେ ସେମାନେ ଏଟିଏମ୍‌ ମସିନ୍‌ କାଟି ତା’ ମଧ୍ୟରୁ ୨୧ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ମଙ୍ଗଳବାର ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ପ୍ରାଥମିକ ତଦନ୍ତରୁ ଏଟିଏମ୍‌ ଲୁଟିବା ପାଇଁ ଗ୍ୟାସ୍‌ କଟିଂ ମସିନ୍‌ର ବ୍ୟବହାର କରାଯାଇଥିବା କଥା ଜାଣିବା ସହ ଲୁଟେରାମାନେ ଲୁଟ୍‌ କରିବା ପୂର୍ବରୁ  ସିସିଟିଭିର ତାର କାଟି ଦେଇଥିବା ଜଣା ପଡ଼ିଥିଲା । ଏହା ସହ ଚୋରି କରିବା ସମୟରେ କେହି ଯେମିତି ନ ଦେଖନ୍ତୁ ସେଥିପାଇଁ ସେମାନେ ଏଟିଏମ୍‌ କାଉଣ୍ଟରର ସଟର ମଧ୍ୟ ବନ୍ଦ କରି ଦେଇଥିଲେ । ଏହି ଏଟିଏମ୍‌ ଲୁଟ୍‌ ଘଟଣାରେ ଗୋଟେ ଗ୍ୟାଙ୍ଗ ସାମିଲ ଥିବା ଜାଣିବା ପରେ ଏବେ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର