ଖେଳ ଛୁଟି ଘରକୁ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ବିଲକୁ ଟେକି ନେଇ ଗଣଦୁଷ୍କର୍ମ କଲେ ୧୧ ଛାତ୍ର

ପାଟ୍‌ନା : ବିହାରର ବଗ୍‌ହା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ଆଉ କେହି ନୁହେଁ ବରଂ ପୀଡ଼ିତାଙ୍କ ସ୍କୁଲରେ ତାଙ୍କ ଉପର ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଏବଂ ତାଙ୍କର ୧୦ଜଣ ସହଯୋଗୀ ମିଶି କରିଥିବା ଜଣା ପଡ଼ିଛି । ଏ ନେଇ ପୁଲିସରେ ଏତଲା ଦିଆଯିବା ପରେ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ବାକି ୧୦ଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଗଣଦୁଷ୍କର୍ମଟି ଜୁଲାଇ ୧୦ ଘଟିଥିବା ବେଳେ ଜୁଲାଇ ୧୭ରେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା ।

ସୂଚନା ମୁତାବକ, ପୀଡ଼ିତା ମଧ୍ୟାହ୍ନ ଭୋଜନ ସମୟରେ ଘରକୁ ପରୀକ୍ଷା ଫର୍ମ ପାଇଁ ଦରକାର ଥିବା ଟଙ୍କା ଆଣିବା ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ବାଟରୁ ୧୧ଜଣ ଅଭିଯୁକ୍ତ ତାଙ୍କୁ ଟେକି ନେଇ ବିଲକୁ ଚାଲି ଯାଇଥିଲେ । ଯେଉଁଠି ଥର ଥର କରି ସମସ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କାହାକୁ ତାଙ୍କ ଡ଼ାକ ଶୁଣା ଯାଇନଥିଲା । ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଚେତା ନଥିବା ବେଳେ ୧୧ଜଣ ଅଭିଯୁକ୍ତ ତାଙ୍କୁ ସେଠାରେ ଛାଡ଼ି ଚାଲି ଆସିଥିଲେ । ହୋସ ଆସିବା ପରେ ପୀଡ଼ିତା ଘରକୁ ଫେରି ଡ଼ରରେ କାହାକୁ ଏ ବିଷୟରେ ଜଣାଇ ନଥିଲେ । କିଛି ଦିନ ପର୍ଯ୍ୟନ୍ତ ପୀଡ଼ିତା ସ୍କୁଲ ଯିବା ବନ୍ଦ କରିଦେବା ପରେ ପରିବାର ଲୋକେ ସନ୍ଦେହରେ ପଚାରିବାରୁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ଜୁଲାଇ ୧୭ରେ ଥାନାରେ ଯାଇ ଏତଲା ଦେଇଥିଲେ ।

ସମ୍ବନ୍ଧିତ ଖବର