ଟ୍ରାଫିକ୍‌ରେ ଫସିବା ପରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କ ପୋଷାକ ଫାଡ଼ି ମାଡ଼ ମାରିଲେ ବିଚାରପତି

କଟିହାର: ବୁଧବାର ଜଣେ ବିଚାରପତି ଟ୍ରାଫିକ୍‌ରେ ଫସିବା ପରେ ନିଜ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି । ମାଡ଼ ମାରିବା ସହ ସେ ପିନ୍ଧିଥିବା ଖାକି ବର୍ଦିକୁ ମଧ୍ୟ ବିଚାରପତି ଫାଡ଼ି ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତ ପୁଲିସକର୍ମୀ । ତେବେ ଏ ନେଇ ବିଚାରପତିଙ୍କ ପକ୍ଷରୁ ମଧ୍ୟ ଏତଲା ରୁଜୁ କରାଯାଇଛି ।

ପୁଲିସକର୍ମୀ ହରିବଂଶ କୁମାର ବୁଧବାର ରାତିରେ ପୁଲିସ ଷ୍ଟେସନ ପହଞ୍ଚି ବିଚାରପତିଙ୍କ ବିରୋଧରେ ଏତଲା ଲେଖାଇଥିଲେ । ଏତଲାରେ, କୋର୍ଟକୁ ଯାଉଥିବା ବେଳେ ମିର୍‌ଚାଇବାରି ଚୌକ୍‌ରେ ଟ୍ରାଫିକ୍‌ ଜାମ୍‌ ହେବାରୁ ବିଚାରପତି ରାଗି ଯିବା ସହ ମୋତେ ଗାଳି କରିବା ଆରମ୍ଭ କରିଥିଲେ । ଅଦାଲତରେ ପହଞ୍ଚିବା ପର୍ଯ୍ୟନ୍ତ ସେ ମୋତେ ଗାଳି ଦେବା ସହ ଚାପୁଡ଼ା ମାରି ଚାଲିଥିଲେ । ଏହା ସହ ଅଦାଲତରେ ପହଞ୍ଚିବା ପରେ ସେ ମୋ ପୁଲିସ ପୋଷାକ ଫାଡ଼ି ଦେଇଥିଲେ । ତାଙ୍କର ଏଭଳି ବ୍ୟବହାର ଦେଖି ମୋତେ ଜୀବନ ବଞ୍ଚାଇବା ପାଇଁ ଲୁଚିବାକୁ ପଡ଼ିିଥିଲା ବୋଲି ଲେଖିଛନ୍ତି ହରିବଂଶ ।

Image result for bihar-judge-who-was-stuck-in-traffic-jam-beat-me-up-tore-off-my-uniform-says-cop-deployed-in-his-security
The Indian Express

ଅନ୍ୟ ପକ୍ଷରେ, ହରିବଂଶ ଏତଲା ଦେବାର କିଛି ସମୟ ପରେ ଆଦାଲତର ଜଣେ ଅଧିକାରୀ ପହଞ୍ଚି ହରିବଂଶଙ୍କ ବିରୋଧରେ ଏତଲା ଲେଖାଇଥିଲେ । ହରିବଂଶ ବିଚାରପତିଙ୍କ ଚ୍ୟାମ୍ବରକୁ ଯାଇ ତାଙ୍କୁ ଗାଳି ଗୁଲଜ କରିଥିଲେ ବୋଲି ଏତଲାରେ ଲେଖିଥିଲେ । ଏବେ ଦୁଇ ପକ୍ଷରୁ ଅଭିଯୋଗ ପାଇଁ ପ୍ରକୃତ ସତ କ’ଣ, ତାହା ଜାଣିବାରେ ଲାଗି ପଡ଼ିଛି ପୁଲିସ ।

ସମ୍ବନ୍ଧିତ ଖବର