ପାଟନା: କିଛିଦିନ ପୂର୍ବେ ବିହାରର ରାଜଧାନୀ ପାଟନାରୁ ବୁଦ୍ଧ ପୂର୍ଣ୍ଣମା ଏକ୍ସପ୍ରେସରେ ହୋଇଥିବା ଲୁଟ ମାମଲାରେ ରେଳବାଇ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରି କହିଛନ୍ତି, ସେମାନେ ତାଙ୍କ ଗ୍ୟାଙ୍ଗ ଲିଡରଙ୍କ ଗାର୍ଲଫ୍ରେଣ୍ଡର ବାର୍ଥଡେ ପାର୍ଟିରେ ଉପହାର ଦେବା ପାଇଁ ଏହି ଲୁଟର ଯୋଜନା କରିଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବୟସ ୧୯ରୁ ୨୧ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ଘର ସାଲିମପୁର, ସିମରା, ବିହଟାର ଆଲିପୁର ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଛୁରୀ ଓ ୧୨ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ସିଣ୍ଟୁ କୁମାର, ଅଧିର କୁମାର, ବଣ୍ଟି କୁମାର, ଶଶି କୁମାର, ମନ୍ତ୍ରୀ କୁମାର, ଅଭିଶେକ କୁମାର, ସତ୍ୟନ୍ଦ୍ର କୁମାର ଓ ଅମରଜିତ କୁମାର। ମାଷ୍ଟରମାଇଣ୍ଡ ସମୀର ଘଟଣା ଘଟିବା ପରଦିନରୁ ହିଁ ଫେରାର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରେଳ ଏସ୍ପି ଜିତେନ୍ଦ୍ର ମିଶ୍ରଙ୍କ କହିବାନୁସାରେ, ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମୀରର ଘର ବିହାର ସରିଫରେ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଗ୍ୟାଙ୍ଗ ଲିଡର ସମୀରର ଗାର୍ଲଫ୍ରେଣ୍ଡର ଜନ୍ମଦିନ ପାର୍ଟିରେ ଉପହାର ଦେବା ପାଇଁ ଏଭଳି ଲୁଟର ଯୋଜନା କରିଥିଲେ। ସେଥିପାଇଁ ଡିସେମ୍ବର ୧୮ରେ ବନରାସ ଯାଉଥିବା ବୁଦ୍ଧ ପୁର୍ଣ୍ଣମା ଏକ୍ସପ୍ରେସରେ ଲୁଟପାଟ କରିଥିଲେ। ଏପରି କି ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଗହଣା ମଧ୍ୟ ଲୁଟି ନେଇଥିଲେ। ସେହି ଗହଣାଙ୍କୁ ସମୀର ତା’ର ଗାର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଜନ୍ମଦିନର ଉପହାର ବାବଦରେ ପ୍ରଦାନ କରିଥିଲା ବୋଲି ପୁଲିସ ସୂଚନା ଦେଇଛି।