ଗାଈ ଚୋରି କରୁଥିବା ସନ୍ଦେହରେ ଭିଡ଼ ହିଂସାରେ ଗଲା ୩ ଜୀବନ

ପାଟ୍‌ନା: ବିହାର ଛପ୍ରାରେ ହୋଇଥିବା ଭିଡ ହିଂସାରେ ୩ ଜଣଙ୍କ ଜୀବନ ଯାଇଛି। ରାଜ୍ୟର ସାରଣ ଜିଲ୍ଲା ବାନିୟାପୁର ଅଞ୍ଚଳରେ ଗାଈ ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଳିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

ବିନା କିଛି ବୁଝି ବିଚାରି ସ୍ଥାନୀୟ ଲୋକେ ୩ଜଣଙ୍କୁ ନିସ୍ତୁକ ପିଟି ଥିଲେ। ଘଟଶା ଗତକାଲି ରାତିର। କିନ୍ତୁ ଗତକାଲି ରାତିରୁ ଆଜି ସକାଳ ଯାଏଁ ଏହି ୩ଜଣ ଲୋକଙ୍କୁ ସ୍ଥାନୀୟ ଲୋକେ ଏକାଠି ହୋଇ ମାଡ଼ ମାରିଥିଲେ। ଶେଷରେ ୩ଜଣ ଯାକ ଆଖିବୁଜିଛନ୍ତି। ଏହା ପୂର୍ବରୁ ଅର୍ଥାତ ଗତକାଲି ମଧ୍ୟପ୍ରଦେଶରୁ ମଧ୍ୟ ମୋବ ଲିଂଚିଙ୍ଗ ଖବର ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର