ଛାତ୍ରଙ୍କ ବାଇକ୍ ଓ ମୋବାଇଲ୍ ଲୁଟ୍

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ନିକଟରେ କିଛି ଦୁର୍ବୃତ୍ତ ଜଣେ ଛାତ୍ରଙ୍କ ବାଇକ୍ ଓ ମୋବାଇଲ ଫୋନ୍ ଲୁଟ କରିଛନ୍ତି। ଏ ନେଇ ଛାତ୍ର ନିଶିକାନ୍ତ ପୃଷ୍ଟି ନୂଆପଲ୍ଲୀ ଥାନା‌େର ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନିଶିକାନ୍ତ ଓ ତାଙ୍କ ସାଙ୍ଗ ବାଇକ୍‌ରେ ଟ୍ୟୁସନରୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ଦୁହିଁଙ୍କୁ ମାରଣାସ୍ତ୍ର ଦେଖାଇ ବାଇକ୍ ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର