ଦୁଇ ଲୁଟେରା ଚମ୍ପଟ୍‌, ବାଇକ୍‌ ଜବତ

0 10

ଧଉଳି: ଆଜି ସନ୍ଧ୍ୟାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ଉତ୍ତରା ମାଛ ମାର୍କେଟ୍‌ ନିକଟରେ ଜଣେ ପଥଚାରୀଙ୍କ ହାତରୁ ମୋବାଇଲ ଫୋନ୍‌ ଝାମ୍ପିନେଇ ଦୁଇଜଣ ଲୁଟେରା ଚମ୍ପଟ୍‌ ମାରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଏହି ଯୁବକ ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଉଭୟଙ୍କର ପିଛା କରିଥିଲେ। ହେଲେ ଦୁହେଁ ଉତ୍ତରା କଣାସ କେନାଲ ରାସ୍ତା ଦେଇ ଧଉଳି ଥାନା ଅଞ୍ଚଳ ଭିତରକୁ ଫେରାର ହୋଇଯାଇଥିଲେ। ତେବେ ସବୁଠାରୁ ବଡ଼କଥା ହେଉଛି ଧଉଳି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପ୍ରଥମେ ନୂଆଗାଁଠାରେ ଥିବା ଏହି ଗ୍ୟାଙ୍ଗର ଆଡ଼ାରେ ଅତର୍କିତ ଚଢ଼ଉ କରିଥିଲା । ହେଲେ ସେଠାରୁ ପୁଲିସ ଖାଲିହାତରେ ଫେରଥିଲା। ପରେ ପୁଲିସ ସେମାନଙ୍କ ଘର ଉପରେ ଚଢ଼ଉ କରି ଲୁଟ୍‌ରେ ବ୍ୟବହୃତ ବାଇକ୍‌ଟିକୁ ଜବତ କରି ଥାନାକୁ ଆଣିଥିଲା। ହେଲେ ଏହି ଛିନ୍‌ତାଇ ମାମଲାରେ ପୁଲିସ ସଂପୃକ୍ତ ଆସାମୀ ଦ୍ୱୟଙ୍କୁ ଏଯାଏ କାବୁ କରିପାରିନି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.