ଗଞ୍ଜେଇ ସହ ବେପାରୀ ଗିରଫ, ବାଇକ୍ ଜବତ

ବାରଙ୍ଗ: ନନ୍ଦନକାନନ ଥନା ପୁଲିସ ଜଣେ ଚୋରା ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରିବା ସହ ତା’ ନିକଟରୁ ୧ କେଜି ୩୫୦ ଗ୍ରାମ ଗଞ୍ଜେଇ ଥିବା ମୁଣି ଓ ଏକ ବାଇକ୍‌ (ଓଡି ୩୩ଭି-୪୮୭୬) ଜବତ କରିଛି। ଗଞ୍ଜେଇ ବ୍ୟବସାୟୀ ଜଣକ ହେଲା ସ୍ଥାନୀୟ ପଦାସାହି ଗ୍ରାମର ରମେଶ ଚନ୍ଦ୍ର ବେଉରା(୩୨)। ଆଜି ମଧ୍ୟାହ୍ନରେ ନନ୍ଦନକାନନ ଛକରେ ଥାନା ଅଧିକାରୀ ପ୍ରଶାନ୍ତ ନାୟକ ରମେଶକୁ ଧରିଥିଲେ।

ସମ୍ବନ୍ଧିତ ଖବର