ବାଇକ୍‌, ମୋବାଇଲ ଜବତ: ମାମୁ ଭଣଜା ଗିରଫ

ଚନ୍ଦ୍ରଶେଖରପୁର: ଜନଗହଳି ସ୍ଥାନ, ହାଟ, ସପିଂ ମଲ୍‌, ପାର୍କିଂରୁ ବାଇକ୍‌ ଓ ମୋବାଇଲ୍‌ ଝାମ୍ପିନେଇ ଚମ୍ପଟ ମାରୁଥିବା ୨ ଲୁଟେରାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଖାରବେଳନଗର ସତ୍ୟନଗର ବସ୍ତିର ମାମୁ ପ୍ରମୋଦ ବେହେରା (୩୪) ଓ ନୂଆପଲ୍ଲୀ ଥାନା ସାଲିଆସାହି ବସ୍ତିର ଭଣଜା ଏମ୍‌.ଦେବ ରେଡି। ପ୍ରମୋଦ ସଂପର୍କରେ ଏମ୍‌. ଦେବର ମାମୁ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ସପିଂମଲ୍‌ ନିକଟରୁ ଜଣେ ମହିଳାଙ୍କ ହାତରୁ ଏକ ଦାମୀ ମୋବାଇଲ୍‌ ଝାମ୍ପି ନେଇ ଫେରାର୍‌ ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ପୁଲିସ ସେମାନଙ୍କ ଠିକଣାରେ ପହଞ୍ଚି ଗୋଟିଏ ଚୋରା ବାଇକ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏମାନଙ୍କ ନାମରେ ଅନ୍ୟ କିଛି ଥାନାରେ ଅଭିଯୋଗ ଥିବା ସୂଚନା ମଳିଛି।

ସମ୍ବନ୍ଧିତ ଖବର