ମୁଣ୍ଡରେ ଆଠ ଇଞ୍ଚ ଛୁରୀ ପୂରାଇ ରାସ୍ତାରେ ବୁଲୁଥିଲେ ଏହି ବ୍ୟକ୍ତି, ପୁଲିସ ଓ ଡାକ୍ତର ହେଲେ ଚକିତ

ନୂଆଦିଲ୍ଲୀ: ଚୀନରୁ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ବାଇକ୍‌-ଟ୍ୟାକ୍ସି ଚଳାନ୍ତି। କିଛିଦିନ ତଳେ ଯାତ୍ରା ସମୟରେ ଜଣେ ଯାତ୍ରୀଙ୍କ ସହିତ କୌଣସି କାରଣକୁ ନେଇ ତାଙ୍କର କଳହ ସୃଷ୍ଟି ହୋଇଥିଲା। ଏହାପରେ ଯାତ୍ରୀ ଚାଳକଙ୍କ ମୁଣ୍ଡରେ ଆକସ୍ମିକ ଭାବେ ଆଠଇଞ୍ଚର ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଏତେ ଜୋରରେ ଥିଲା କି ଛୁରୀ ସିଧା ଯାଇ ଚାଳକଙ୍କ ମୁଣ୍ଡରେ ପଶି ଯାଇଥିଲା। ପୀଡିତ ଟ୍ୟାକ୍ସି ଚାଳକଙ୍କ ନାମ କିନ ଓ ବୟସ ୩୩ବର୍ଷ ବୋଲି ଜଣାପଡ଼ିଛି। ଏହାପରେ ଉକ୍ତ ଯୁବକ ସେଭଳି ଅବସ୍ଥାରେ ବାଇକ୍‌-ଟ୍ୟାକ୍ସି ଚଳାଇ ପୁଲିସ ଷ୍ଟେସନ୍‌ରେ ପହଞ୍ଚିଥିଲେ କାରଣ ତାଙ୍କ ସାହାଯ୍ୟ ପାଇଁ କେହି ବି ଆସି ନଥିଲେ।

ପୁଲିସ ଷ୍ଟେସନ୍‌ରେ ଚାଳକ କିନ୍‌କୁ ଦେଖି ତୁରନ୍ତ ଚିିକିତ୍ସା ପାଇଁ ତାକୁ ଡାକ୍ତରଖାନା ନେଇ ଯାଇଥିଲେ ପୁଲିସ। ଡାକ୍ତର ସଙ୍ଗେସଙ୍ଗେ କିନ୍‌ର ଚିକିତ୍ସା ଆରମ୍ଭ କରି ଦେଇଥିଲେ। ପାଞ୍ଚଘଣ୍ଟା ଜଟିଳ ଅସ୍ତ୍ରୋପଚାର ପରେ ଡାକ୍ତରି ଦଳ କିନ୍‌ଙ୍କ ମୁଣ୍ଡରୁ ସଫଳତାସହ ଛୁରୀକୁ ବାହାର କରିଥିଲେ। କିନ୍‌ଙ୍କ ଅବସ୍ଥା ଏବେ ଠିକ୍‌ ରହିଛି। କିନ୍‌ଙ୍କ ଭାଗ୍ୟ ଭଲ ଥିଲା, କାରଣ ସେ ଏଭଳି ଅବସ୍ଥାରେ ଏତେ ବାଟ ଗାଡ଼ି ଚଳାଇ ଆସି ପାରିଲେ ବୋଲି ଡାକ୍ତର କହନ୍ତି।

ଏହି ଘଟଣା ପୂର୍ବରୁ ଏଭଳି ଏକ ଘଟଣା ଘଟିଥିଲା। ଯେଉଁଥିରେ ଜଣେ ୫୭ବଷୀୟ ମହିଳାଙ୍କ ମୁଣ୍ଡରେ କଇଁଚି ପଶି ଯାଇଥିଲା। ଏଭଳି ଲହୁଲୁହାଣ ପରିସ୍ଥିତିରେ ସେ ବସ୍‌ରେ ବସି ହସପିଟାଲ ପହଞ୍ଚିଥିଲେ। ଡାକ୍ତର ମହିଳାଙ୍କ ଦୁଇଟି ସର୍ଜରି କରି ତାଙ୍କୁ ସୁସ୍ଥ କରିଥିଲେ।

ସମ୍ବନ୍ଧିତ ଖବର