କାର୍ ଭିତରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ମଥୁରା: କାର୍ ଭିତରେ ନିଜ ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀରେ ରହୁଥିବା ଜଣେ ବ୍ୟବସାୟୀ। ଉତ୍ତରପ୍ରଦେଶର ମଥୁରାରେ ଥିବା ଯମୁନା ଏକ୍ସପ୍ରେସୱେରେ ବୁଧବାର ଏହି ହୃଦୟ ବିଦାରକ ଘଟଣା ଘଟିଛି। ଏହି ଘଟଣାରେ ବ୍ୟବସାୟୀଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇଥିବା ବେଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ପାଟ୍ରୋଲିଂ କରୁଥିବା ଏକ ପୁଲିସ ଗାଡ଼ି ଠିଆ ହୋଇଥିବ‌ା କାର୍ ପାଖକୁ ଯାଇ ଦେଖିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ବ୍ୟବସାୟୀଜଣଙ୍କ ପାରିବାରିକ କଳହ ଓ ବ୍ୟବସାୟକୁ ନେଇ ଚିନ୍ତିତ ଥିଲେ। ଏହା ସହ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ  ସେ ଅନେକ ଦିନ ହେଲା ଚିନ୍ତାରେ ରହୁଥିଲେ। ଯାହା ପାଇଁ ସେ ଏପରି କରିଥାଇ ପାରନ୍ତି ବୋଲି ବ୍ୟବସାୟୀଙ୍କ ସଂପର୍କୀୟ ପୁଲିସକୁ ଜଣାଇଛନ୍ତି।

Image result for shot dead
The Times of India

ତେବେ ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ୍ ପୁଲିସ ଜବତ କରିିଛି। ଯାହାକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ପୁଲିସର କହିବା ମୁତାବକ, କାରର କବାଟ ଭିତରପଟୁ ବନ୍ଦ ଥିବାରୁ କାଚ ଭାଙ୍ଗି ମୃତଦେହକୁ ବାହାରକୁ ଅଣାଯାଇଥିଲା। ବ୍ୟବସାୟୀଙ୍କ ମୃତଦେହ ଗାଡ଼ିର ଆଗ ସିଟରେ ଥିବା ବେଳେ ତାଙ୍କ ଡ଼ାହାଣ ହାତରେ ବନ୍ଧୁକ ଥିଲା। ପଛ ସିଟରେ ତାଙ୍କ ପତ୍ନୀ ଓ ଝିଅର ମୃତଦେହ ପଡ଼ି ରହିଥିଲା। ନାବାଳକ ପୁଅର ନିଶ୍ବାସ ଚାଲୁଥିବା ଜାଣି ପାରି ପୁଲିସ ତୁରନ୍ତ କାରର କାଚ ଭାଙ୍ଗି ତାଙ୍କୁ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧିତ ଖବର