ଟ୍ରେନ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ବିଜେପି ନେତା

ଥିରୁଭନନ୍ତପୁରମ୍‌ : ଥିରୁଭନନ୍ତପୁରମ୍‌-ଚେନ୍ନାଇ ଏକ୍ସପ୍ରେସରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ ଯାତ୍ରା କରିବା ସମୟରେ କେରଳର ଭାରତୀୟ ଜନତା ପାର୍ଟିର ଜନୈକ ନେତା କେପି ପ୍ରେମ ଅନନ୍ଥ ଜଣେ ୧୦ ବର୍ଷିୟ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଏରୋଡ଼୍‍ ରେଲେଓ୍ଵ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଅସଦାଚରଣ କରିଥିଲେ । ଏହା ଜାଣି ପାରି ପୀଡ଼ିତା ଜୋରରେ ଚିତ୍କାର କରିବା ସହ ପାଖରେ ଥିବା ତାଙ୍କ ପରିବାର ଲୋକେ ଉଠି ପଡ଼ିଥିଲେ । ଅଭିଯୁକ୍ତ ପ୍ରେମ ଅନନ୍ଥ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ । ୧୨ବର୍ଷରୁ କମ ନାବାଳିକାଙ୍କ ସହ ଦୁଷ୍କର୍ମ କରାଗଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯିବା ବୋଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ନିଷ୍ପତ୍ତିି ନେବା ଦିନ ହିଁ ଏହି ଘଟଣାଟି ଘଟିଛି ।

The Indian Express

କେପି ପ୍ରେମ ଅନନ୍ଥ ଜଣେ ଆଇନ୍‌ଜୀବୀ ହୋଇଥିବା ବେଳେ ୨୦୦୬ରେ ସେ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଥିଲେ ବୋଲି ଜଣା ପଡ଼ିଛି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଉତ୍ତରପ୍ରଦେଶର ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେନ୍‌ଗର୍‌ଙ୍କ ଉପରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇ ସାରିଛି । ଏ ନେଇ ତାଙ୍କୁ ବିଧାୟକ ହିସାବରେ ଯୋଗାଇ ଦିଆଯାଇଥିବା ସମସ୍ତ ସୁରକ୍ଷା ଶୁକ୍ରବାର ଫେରାଇ ନିଆଯାଇଛି ।

ସମ୍ବନ୍ଧିତ ଖବର