ବିଜେପି ନେତାଙ୍କ ଘରେ କାମ କରୁଥିବା ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ ନେତାଙ୍କ ପୁଅ,ଭାଇରାଲ ହେଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

ଝାବୁଆ(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରେ ଜଣେ ବିଜେପି ନେତାଙ୍କ ପୁଅ କରିଥିବା କୁକର୍ମ ଏବେ ସାମ୍ନାକୁ ଆସିଛି । ଘରେ ଝାଡ଼ୁ ଲଗାଇବା ପାଇଁ ରଖିଥିବା ନାବାଳିକା ସହ ବିଜେପି ନେତା ଗମ୍ଭୀରଲାଲ ରାଠିଙ୍କ ପୁଅ ସନ୍ଦିପ୍‌ ରାଠି ଶାରୀରିକ ସଂପର୍କ ରଖୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଜଣଙ୍କର ଅନ୍ତରଙ୍ଗ ମୂହୂର୍ତ୍ତର ଏକ ଭିଡ଼ିଓ ଭାଇରାଲ ହେବା ପରେ ପୀଡ଼ିତା ଜଣଙ୍କ ଏ ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି ।

ସୂଚନା ମୂତାବକ, ମେ ୧୬ ତାରିଖ ଦିନ ୨ଟା ସମୟରେ ପୀଡ଼ିତା ଜଣଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ସନ୍ଦିପ୍‌ ତାଙ୍କୁ ଅଟକାଇଥିଲେ । ମୁଁ ତୁମକୁ ଭଲ ପାଉଛି ବୋଲି କହି ତାଙ୍କୁ ଗାଡ଼ିରେ ବସାଇବା ସହ ଝାବୁଆ ବସ୍‌ ଷ୍ଟାଣ୍ଡ ପାଖରେ ଥିବା ଏକ ହୋଟେଲକୁ ନେଇ ଯାଇଥିଲେ । ସେଠରେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବା ସହ ସେ ସମୟର ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ । ଦୁଇ ଘଣ୍ଟା ପରେ ପୀଡ଼ିତାଙ୍କୁ ରାଣାପୁରରେ ଛାଡ଼ି ସେଠାରୁ ଚାଲି ଯାଇଥିଲେ ।

ଏହି ଘଟଣା ଘଟିବାର ଦୁଇ ଦିନ ପରେ ଦୁଇ ଜଣଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା । ଏ ବିଷୟରେ ଜାଣି ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଏତଲା ଦେବାକୁ ଯାଉଥିବା ବେଳେ ସନ୍ଦିପ ସେମାନଙ୍କୁ ଏପରି ନ କରିବା ପାଇଁ କହିଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ନ ମାନିବାରୁ ସନ୍ଦିପ ସେମାନଙ୍କ ସହ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ପୁଲିସ ସବୁ ଘଟଣା ଜାଣି ସନ୍ଦିପ୍‌ଙ୍କୁ ପଚାରିବା ପରେ ମୁଁ ଫୋନ୍‌ ଠିକ୍‌ କରିବା ପାଇଁ ଦେଇଥିଲି । ଭିଡ଼ିଓ କିପରି ଭାଇରାଲ ହେଲା ମୁଁ ଜାଣି ନାହିଁ ବୋଲି ପୁଲିସଙ୍କୁ ଜଣାଇଥିଲେ । କିନ୍ତୁ ସନ୍ଦିପ୍‌ଙ୍କ କଥାକୁ ବିଶ୍ୱାସ ନ କରି ଅଧିକ ତଦନ୍ତ ପାଇଁ ସନ୍ଦିପ୍‌ଙ୍କୁ ପୁଲିସ ହେପାଜତ୍‌କୁ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର