ଗାଡ଼ି ଯାଞ୍ଚ ସମୟରେ ମହିଳା ପୁଲିସଙ୍କ ପୋଷାକ ଫାଡିବାକୁ ଚେଷ୍ଟା କରୁଥିଲେ ବିଜେପି ନେତା

0 570

ଭୋପାଳ: ମଧ୍ୟପ୍ରଦେଶର ଟିକମଗଢ଼ ଜିଲ୍ଲାରେ ଭାରତୀୟ ଜନତା ଦଳର ଜଣେ ସ୍ଥାନୀୟ ନେତା ଗାଡ଼ି ଯାଞ୍ଚ କରୁଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଅସଦାଚରଣ କରିଥିବା ଜଣାପଡ଼ିଛି। ପୁଲିସ ଏଇ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।

ପୁଲିସ କହିବାନୁସାରେ, ଏହି ଘଟଣା ଲିଧୋରା ଥାନା ମହିଳା ଉପନୀରକ୍ଷକ ଦ୍ୱାରା ସୋମବାର ସନ୍ଧ୍ୟାରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଘଟିଛି। ଅତିରିକ୍ତ ପୁଲିସ ଅଧ୍ୟକ୍ଷକ ସୁରେନ୍ଦ୍ର ଜୈନ୍‌ ମଙ୍ଗଳବାର ଗଣମାଧ୍ୟମଙ୍କୁ କହିଛନ୍ତି, ମହିଳା ଉପନୀରକ୍ଷକ ସୋମବାର ସନ୍ଧ୍ୟାରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ମୋଟର ସାଇକେଲରେ ବସିଥିବା ଦୁଇ ଚାଳକ ଜଣେ ଶିଶୁକୁ ଧକ୍କା ଦେଇ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ମହିଳା ପୁଲିସ ଅଧିକାରୀ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଫଳରେ ଦୁଇଜଣ ଯୁବକ ମହିଳା ପୁଲିସ ଅଧିକାରୀଙ୍କୁ ଗୋଇଠା, ଚାପୁଡ଼ା ମାରିବା ସହିତ ପୋଷାକ ଫାଡିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭାଜପା ନେତା ସୁବେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି। ସୁରେନ୍ଦ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ସାଥୀ ପଙ୍କଜ ଏବେ ଫେରାର ଅଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.