ମଧ୍ୟପ୍ରଦେଶରେ ପୁଣିଜଣେ ବିଜେପି କର୍ମୀଙ୍କୁ ହତ୍ୟା

ଭୋପାଳ : ମଧ୍ୟପ୍ରଦେଶରେ ପୁଣି ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ବିଜେପି କର୍ମୀ ଛତ୍ରପାଲ୍‌ ସିଂହ ରାୱତଙ୍କ ମୃତଦେହ ଗ୍ବାଲିୟରରୁ ଉଦ୍ଧାର ହୋଇଛି। ଏହାକୁ ମିଶାଇ ରାଜ୍ୟରେ ୪ ଦିନ ମଧ୍ୟରେ ୩ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ ଉକ୍ତ ହତ୍ୟାକାଣ୍ଡରେ କୌଣସି ରାଜନୈତିକ ଶତ୍ରୁତା ଥିବା ନେଇ ଅଭିଯୋଗକୁ ଖଣ୍ଡନ କରିଛି। ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀ ଛତ୍ରପାଲ୍‌ ଜଣେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି। ସେ ବିଜେପି ଜିଲ୍ଲା ସଚିବ ନରେନ୍ଦ୍ର ରାୱତଙ୍କ ସମ୍ପର୍କୀୟ। ଗ୍ବାଲିୟର ସହରର ପାର୍ବତୀ ନଦୀ ନିକଟସ୍ଥ ପୋଲ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର