ପ୍ରେମିକାକୁ ବ୍ଲାକ୍‌ମେଲିଂ କରି ପ୍ରେମିକ ଗିରଫ

ଖଣ୍ଡଗିରି,: ୨ ବର୍ଷର ପ୍ରେମରେ ହଠାତ୍‌ ଭଟ୍ଟା ପଡ଼ିଗଲା। ପ୍ରେମିକଠାରୁ ମୁହଁ ଫେରାଇ ନେଇଥିଲା ପ୍ରେମିକା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲା ପ୍ରେମିକ ଓ କିଛି ଅନ୍ତରଙ୍ଗ ଫଟୋ ଭାଇରାଲ୍‌ କରିଦେବ ବୋଲି ଧମକ ଦେଲା। ଫଳରେ କଥା ପହଞ୍ଚିଲା ପୁଲିସ ପାଖରେ। ଯୁବତୀଙ୍କୁ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା। ଆଜି ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେ ହେଲେ, ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ରହୁଥିବା ନୟାଗଡ଼ ଜିଲ୍ଲା କଣ୍ଟିଲୋ ଦେଉଳସାହିର ବିଶ୍ୱନାଥ ଧଳ (୨୦)।

ସୂଚନାନୁସାରେ, ବିଶ୍ୱନାଥ ଜଣେ ଅଟୋ ଚାଳକ। ୨ ବର୍ଷ ପୂର୍ବେ ଖଣ୍ଡଗିରି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ମିଳାମିଶା କରିବା ଭିତରେ ବିଶ୍ୱନାଥ ଛାତ୍ରୀଙ୍କ ସହ କିଛି ଫଟୋ ଉଠାଇ ରଖିଥିଲା। ମାତ୍ର ଏବେ କିଛି ଦିନ ହେଲା ଛାତ୍ରୀଜଣଙ୍କ ବିଶ୍ୱନାଥଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଫଳରେ ବିଶ୍ୱନାଥ ତାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇ ଆସୁଥିଲେ। ଏମିତିକି ସେ ରଖିଥିବା କିଛି ଅନ୍ତରଙ୍ଗ ଫଟୋକୁ ଭାଇରାଲ କରାଇବେ ବୋଲି ଧମକ ଦେଇଥିଲେ। ତେଣୁ ଛାତ୍ରୀଜଣଙ୍କ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର