ଗଣଦୁଷ୍କର୍ମର ଶିକାର ହୋଇଥିବା ଦୃଷ୍ଟିହୀନ ପୀଡ଼ିତା କଣ୍ଠସ୍ୱର ଶୁଣି ଅଭିଯୁକ୍ତକୁ ଚିହ୍ନଟ କଲେ, ଧରାପଡ଼ିଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ରୋଡ଼୍‍ରେ ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାଟି ଗତ ଏପ୍ରିଲ ୪ରେ ଘଟିଥିବା ବେଳେ ପୀଡ଼ିତା ଜଣକ ସ୍ୱରରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଏପ୍ରିଲ ୪ରେ ଘରେ କେହି ନଥିବା ବେଳେ ୩ ଜଣ ଅଭିଯୁକ୍ତ ଆସି ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣକ ଦୃଷ୍ଟିହୀନ ହୋଇଥିବାରୁ ସେମାନେ କେବେ ଧରାପଡ଼ିବେ ନାହିଁ ବୋଲି ଭାବିଥିବା ବେଳେ ଏବେ ସେମାନଙ୍କର ଅପରାଧର ପର୍ଦ୍ଦାଫାସ ହୋଇଛି । ପୀଡ଼ିତା ସ୍ୱରରୁ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୁଲିସ ୩ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

The Hush Post

ସୂଚନା ମୁତାବକ, ଏପ୍ରିଲ ୪ରେ ପୀଡ଼ିତାଙ୍କ ମା’ ଘରେ ନ ଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଆସି ତାଙ୍କୁ ଜଣେ ପଡ଼ୋଶୀଙ୍କ ଘରକୁ ଟେକି ନେଇଥିଲେ । ସେଠାରେ କେହି ନ ଥିବାରୁ ସେମାନେ ଏହାର ସୁଯୋଗ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ଆଉ ଜଣେ ଅଭିଯୁକ୍ତ ଆସି ତାଙ୍କ ସାଥ୍‌ ଦେଇଥିଲେ । ଦୁଇଜଣ ଅଭିଯୁକ୍ତ ସେଠାରୁ କିଛି ସମୟ ପରେ ଚାଲିଯିବାରୁ ତୃତୀୟ ଅଭିଯୁକ୍ତ ଜଣକ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଏହି ସମୟରେ ପୀଡ଼ିତା ଜଣଙ୍କ ତାଙ୍କ ସ୍ୱରକୁ ମନେ ରଖି ନେଇଥିଲେ । ଘଟଣାର ଅଭିଯୋଗ ହେବା ପରେ ପୁଲିସ ଏକ ଅଭିନବ ଉପାୟ ଆପଣାଇ ପୀଡ଼ିତାଙ୍କୁ ସ୍ୱର ଚିହ୍ନିବା ପାଇଁ କହିଥିଲେ । ଯେଉଁଥିରୁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ତୃତୀୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର