ଇନ୍ଦୋର: ୬ ମାସିଆ ଶିଶୁର ରକ୍ତରଞ୍ଜିତ ଶବ ଉଦ୍ଧାର; ଦୁଷ୍କର୍ମ ସନ୍ଦେହ

ଇନ୍ଦୋର: ଇନ୍ଦୋରର ଏକ କୋଠାଘର ବେସ୍‌ମେଣ୍ଟ୍‌ରୁ ଏକ ୬ ମାସିଆ ଝିଅର ରକ୍ତରଞ୍ଜିତ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ ଶୁକ୍ରବାର ଦିନ କହିଛି।

ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ୨୧ ବର୍ଷିୟ ସୁନୀଲ ଭୀଲ୍‌ଙ୍କୁ ଚିହ୍ନଟ କରିଛି। ଶୁକ୍ରବାର ପ୍ରାୟ ୪. ୪୫ ମିନିଟ୍‌ରେ ସେ ପିଲାଟିକୁ କାନ୍ଧରେ ପକାଇ ଯାଉଥିବାର ଦେଖାଯାଉଛି।

ଇନ୍ଦୋରସ୍ଥିର ସରକାରୀ ଡାକ୍ତରଖାନା ‘ମାଇଁ ହସ୍‌ପିଟାଲ୍‌’ରେ ଶିଶୁଟିର ଶବ ବ୍ୟବଚ୍ଛେଦ କରାଯିବା ପରେ କୁହାଯାଉଛି କି, ହତ୍ୟା ପୂର୍ବରୁ ସମ୍ଭବତଃ ତା’ ସହ ଦୁଷ୍କକର୍ମ କରାଯାଇଥିଲା। ଶରୀରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା କ୍ଷତ ଚିହ୍ନରୁ ଏ ଭଳି ସନ୍ଦେହ ଉପୁଜିଛି।

ପୁଲିସ କହେ: ରାଜଓ୍ଵାଡ଼ା ଅଞ୍ଚଳର ଏକ ବାଣିଜ୍ୟିକ କୋଠାର ବେସ୍‌ମେଣ୍ଟ୍‌ରୁ ଶିଶୁଟିର ଶବ ଉଦ୍ଧାର କରାଯାଇଛି। ରାଜଓ୍ଵାଡ଼ା କିଲ୍ଲା ବାହାରେ ପିଲାଟି ନିଜ ବାପାମାଆଙ୍କ ସହ ଶୋଇଥିବା ବେଳେ ଅଭିଯୁକ୍ତ ସୁନୀଲ ଭୀଲ ତାକୁ ଶୁକ୍ରବାର ପ୍ରତ୍ୟୁଷରେ ଅପହରଣ କରି ନେଇଥିଲା ଅଭିଯୁକ୍ତ ଉକ୍ତ ପରିବାର ପାଖାପାଖି ଶୋଇଥିଲା।

ଅଭିଯୁକ୍ତ ଏବଂ ଶିଶୁଟିର ପିତାମାତା ପରସ୍ପରକୁ ଜାଣନ୍ତି ଓ ସେମାନେ ବେଲୁନ୍‌ ବିକ୍ରୟ କରନ୍ତି।

ଅଭିଯୁକ୍ତ ୪. ୪୫ରେ ପିଲାଟିକୁ କାନ୍ଧରେ ପକାଇ ଯାଉଥିବାର ଦୃଶ୍ୟ ସିସିଟିଭିରେ ଦେଖା ଯାଉଛି। ତା’ପରେ ସେ ତାକୁ ଉକ୍ତ ପରିବାର ଶୋଇଥିବା ସ୍ଥାନ ଠାରୁ ୫୦ ମିଟର ଦୂରରେ ଥିବା କୋଠାର ବେସ୍‌ମେଣ୍ଟ୍‌କୁ ନେଇ ଯାଇଥିଲା। ଅପରାହ୍ଣରେ ତା’ର ଶବ ସେଠାରୁ ଉଦ୍ଧାର କରାଯାଇଥିଲା।

ତା’ର ମୁଣ୍ଡରେ ଆଘାତ ଲାଗିଛି। ବେସ୍‌ମେଣ୍ଟ୍‌ ଅଞ୍ଚଳ ଏବଂ ଗ୍ରାଉଣ୍ଡ୍‌ ଫ୍ଲୋର୍‌କୁ ଯିବା ଶିଡ଼ି ମଧ୍ୟ ରକ୍ତ ରଞ୍ଜିତ ହୋଇ ଯାଇଛି। ଏଥିରୁ ଅନୁମାନ କରାଯାଉଛି ହତ୍ୟା ପୂର୍ବରୁ ତାକୁ ଯୌନ ନିର୍ଯାତନା ଦିଆ ଯାଇଛି।

ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର