ବ୍ଲୁ ହେ୍ଵଲ୍‌ ଚାଲେଞ୍ଜ୍‌: ତାମିଲନାଡୁରେ ୨୨ ବର୍ଷିୟ ଇଞ୍ଜିନିୟର୍‌ଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୁର୍‌ ସହର ଅନ୍ତର୍ଗତ ପାନରୁଟ୍ଟି ନିକଟରେ ଜଣେ ୨୨ ବର୍ଷିୟ ଇଞ୍ଜିନିୟର୍‌ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ବ୍ଲୁ ହେ୍ଵଲ୍‌ ଚାଲେଞ୍ଜ୍‌ ତାଙ୍କ ମୃତ୍ୟୁର କାରଣ ବୋଲି ରିପୋର୍ଟ କହୁଛି।

ଶେଷାଦ୍ରୀ ନାମକ ସେ ଯୁବକଜଣକ ମଙ୍ଗଳବାର ରାତ୍ରୀରେ ଘରେ କେହି ନ ଥିବା ସମୟରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ବହୁ ଭୂତପ୍ରେତ ସମ୍ପର୍କୀୟ ପୁସ୍ତକ ଏବଂ ବିଭିନ୍ନ ଖେଳ ଖେଳାଯାଇଥିବା ମୋବାଇଲ୍‌ ଫୋନ୍‌ ଜବତ କରିଛି।

ପୁଦ୍ଦୁଚେରର ଏକ ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିବା ସେ ଯୁବକଜଣକ ଗେମ୍‌ର ପ୍ରଭାବରେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତାଙ୍କର ମୃତ୍ୟୁ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।

ଅନ୍‌ଲାଇନ୍‌ ଖେଳକୁ ନିୟନ୍ତ୍ରଣ କରୁଥିବା ଅଜ୍ଞାତ ବ୍ୟକ୍ତିଜଣକ ଖେଳାଳିଙ୍କୁ ଦିଆଯାଉଥିବା ଟାସ୍କ ପୂରଣ ୫୦ ଦିନ ମଧ୍ୟରେ ପୂରଣ କରିବା ପାଇଁ ନିର୍ଦେଶ ଦିଅନ୍ତି। ଏହାର ଅନ୍ତିମ ସୋପାନ ହେଉଛି ଆତ୍ମହତ୍ୟା।

ଗତବର୍ଷ ସମଗ୍ର ଦେଶରେ ଏହି ଖେଳ ବ୍ୟାପି ଯାଇଥିଲା ଓ ଅନେକ ଆତ୍ମହତ୍ୟା କରିଥିବା ଖବର ପ୍ରକାଶିତ ହୋଇଥିଲା।

ସମ୍ବନ୍ଧିତ ଖବର