ପୁଣି ଜଣେ ନୀଳତିମିର ଶିକାର: ମୁହଁରେ ପ୍ଲାଷ୍ଟିକ୍‌ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ନୀଳତିମି ଖେଳର ଶିକାର ହୋଇ ନିକଟରେ ଅନେକ ଯୁବକ ଓ ପିଲାଙ୍କର ମୃତ୍ୟୁ ହୋଇଥିବାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ରବିବାର ନୀଳ ତିମି ଖେଳର ଶିକାର ହୋଇ ହାଇଦ୍ରାବାଦର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପିତା ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଛନ୍ତି।

ମୃତକଙ୍କ ପିତା ସାଇବର କମିଶନରେଟ ପହଞ୍ଚି ନିଜର ପୁଅର ଆତ୍ମହତ୍ୟା ସମ୍ପର୍କରେ ଜଣାଇଥିଲେ। ମୃତକ ଗାନ୍ଧିପେଟରେ ନିଜ ପରିବାରବର୍ଗଙ୍କ ସହିତ ରହୁଥିଲା। ବିଟେକ୍‌ ପଢ଼ୁଥିବା ମୃତ ବରୁଣଙ୍କୁ ଯେଉଁମାନେ ଜାଣି ଥିଲେ ସେମାନେ ବରୁଣ ଖୁବ୍‌ ଶାନ୍ତ ସ୍ୱଭାବର ବୋଲି କହୁଛନ୍ତି। ବରୁଣ ଏପରି ହଠାତ୍‌ କାହିଁକି ଆତ୍ମହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ନୀଳତିମିର ଶିକାର ହୋଇ ମୁହଁରେ ପ୍ଲାଷ୍ଟିକ୍‌ ବାନ୍ଧି ବରୁଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପୁଲିସ ଇନ୍ସପେକ୍ଟର ବି. ଉମେନ୍ଦରଙ୍କ କହିବାନୁସାରେ, ‘ଆମକୁ ସନ୍ଦେହ ହେଉଛି କି ନୀଳତିମିର ଶିକାର ହୋଇ ବରୁଣ ଆତ୍ମହତ୍ୟା କରିଛି। ମୃତ ବରୁଣଙ୍କ ଲ୍ୟାପଟପ୍‌ ଜବତ କରାଯାଇ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି।

ନିକଟରେ ସାଇବର କ୍ରାଇମ ପୁଲିସ ନୀଳତିମି ଖେଳକୁ ନେଇ ଦିଶା ନିର୍ଦ୍ଦେଶ ଜାରି କରି ପରିଜନ, ଶିକ୍ଷାନୁଷ୍ଠାନ ଏବଂ ପିଲାମାନଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର