କୂଅରୁ ୫ ଭାଇଙ୍କର ଶବ ଉଦ୍ଧାର; ବାପାମାଆ ନିରୁଦ୍ଦିଷ୍ଟ

ବର୍‌ଓ୍ଵାନି: ମଧ୍ୟ ପ୍ରଦେଶର ବାରଓ୍ଵାନି ଜିଲ୍ଲାର ଗୋଟାଏ କୂଅ ମଧ୍ୟରୁ ୫ ଜଣ ପିଲାଙ୍କ ଶବ ଉଦ୍ଧାର କରାଯାଇଛି।

ଏହି ନାବାଳକ ଭାଇମାନଙ୍କର ବୟସ ୩ ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ କହିଛି।

ବାରଓ୍ଵାନି ଅନ୍ତର୍ଗତ ଚିଖ୍‌ଲି ଗାଁ’ରେ ବାସ କରୁଥିବା ଏହି ପିଲାଙ୍କ ବାପାଙ୍କର ଦୁଇଜଣ ସ୍ତ୍ରୀ ଥିଲେ। ସେ ବ୍ୟକ୍ତିଙ୍କର ନାମ ଭତର୍‌ ସିଂହ। ସେ ଏବଂ ତାଙ୍କର ଦୁଇ ପତ୍ନୀ ନିରୁଦ୍ଦେଶ ହୋଇଯାଇଥିବା କଥା ପୁଲିସ କହିଛି।

୪୦ ବର୍ଷିୟ ସେ ଲୋକଟିର ପ୍ରଥମ ପତ୍ନୀ ୩୬ ବର୍ଷୀୟ ସୁନ୍ଦରୀ ବାଈଙ୍କ ଗର୍ଭରୁ ୪ ଜଣ ପିଲା ଏବଂ ୩୦ ବର୍ଷୀୟ ଅନୀତା ବାଈଙ୍କ ଗର୍ଭରୁ ଗୋଟିଏ ପିଲା ହୋଇଥିଲା।

ଗ୍ରାମବାସୀଙ୍କ ସହାୟତାରେ ଦଳେ ପୁଲିସ ପିଲାମାନଙ୍କ ଶବଗୁଡ଼ିକୁ କୂଅ ପାଣିରୁ କାଢ଼ି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ନିରୁଦ୍ଦେଶ ପିତାମାତାଙ୍କୁ ଖୋଜିବା ପାଇଁ ଦୁଇଟି ସର୍ଚ ଟିମ୍‌ ପଠାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର