ଖଣ୍ଡଗିରି : ରବିବାର ବିଳମ୍ବିତ ରାତିରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ପିତାପଲ୍ଲୀ ଗାଁରେ ବୋମାମାଡ଼ ହୋଇଛି। ଗୋଟିଏ ବୋମା ଫୁଟିଥିବା ଗ୍ରାମବାସୀମାନଙ୍କଠାରୁ ଜଣାପଡ଼ିଛି। କିନ୍ତୁ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଏ ନେଇ କେହି ମଧ୍ୟ ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ଛାନ୍ଭିନ୍ କରିଥିଲା। କିନ୍ତୁ ସୂତୁଲି ଟୁକୁଡ଼ା ନ ପାଇବାରୁ ବୋମାମାଡ଼ ବାବଦରେ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇପାରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ରବିବାର ଗଙ୍ଗପଡ଼ା ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ ଚାଲିଥିଲା। କାର୍ଯ୍ୟକ୍ରମ ଠିକ୍ଠାକ୍ ଚାଲିଥିଲେ ବି ଶେଷ ପର୍ଯ୍ୟାୟରେ କୌଣସି କାରଣକୁ ନେଇ ସରପଞ୍ଚ ଗୀତାଞ୍ଜଳି ମହାରଣାଙ୍କ ସମର୍ଥକ ଓ ସମିତି ସଭ୍ୟ ସୁଶୀଲ୍ ସ୍ବାଇଁଙ୍କ ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁଇ ଜଣଯାକ ଗୋଟିଏ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ତୁରନ୍ତ ଏହାର ସମାଧାନ ହୋଇଯାଇଥିଲା। କିନ୍ତୁ ରାତିରେ ପିତାପଲ୍ଲୀ ଗାଁରେ ସମିତି ସଭ୍ୟ ସୁଶୀଲ୍ଙ୍କ ଘର ନିକଟରେ ବୋମା ଫୁଟିଥିଲା। ବୋମାଟି ସୁଶୀଲ୍ଙ୍କ ଘର ଉପରେ ମାଡ଼ ହୋଇନଥିଲେ ମଧ୍ୟ ତାଙ୍କ ଦାଣ୍ଡରେ ଥିବା ଏକ ଗାଡ଼ି ନିକଟରେ ପଡ଼ିଥିଲା। ଏହି ବୋମାମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗକୁ ନିର୍ବାଚନ ଆସୁଥିବାରୁ ଗଙ୍ଗପଡ଼ା ପଞ୍ଚାୟତ ଅଧିକ ସମ୍ବେଦନଶୀଳ ହୋଇପଡ଼ିବ ବୋଲି ଆଲୋଚନା ହେଉଛି।