ପ୍ରେମିକ ସୂରଜଙ୍କ ସହ ଜିଆଙ୍କ ବିବିଏମ୍‌ ଚାଟ କାଢ଼ିବାକୁ ମାଆ ରବିଆ କରିଥିବା ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ଏଯାଏ ତାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ। ଜିଆଙ୍କ ମାଆ ରବିଆ ଏ ନେଇ କୋର୍ଟରେ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ବ୍ଲାକ୍‌ବେରି ମେସେଞ୍ଜର(ବିବିଏମ୍‌) ଚାଟ ଜରିଆରେ ତାଙ୍କ ଝିଅ ତାଙ୍କ ତାଙ୍କର ପ୍ରେମିକ ସୂରଯ ପାଞ୍ଚୋଲିଙ୍କ ସହ କ’ଣ କଥା ହୋଇଥିଲେ ତାହାକୁ ବାହାର କରିବା ପାଇଁ ମାଆ ରବିଆ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ‘ନିସବ୍ଦ’ ଚଳଚ୍ଚିତ୍ର କରି ଲୋକପ୍ରିୟତା ହାସଲ କରିଥିବା ଜିଆ ୨୦୧୩ ମସିହାରେ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ସୂଚନା ଦେଇଥିବା ବେଳେ ପ୍ରେମିକ ସୂରଜ ପାଞ୍ଚୋଲି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ରହିଛି। ଜିଆଙ୍କ ମୃତ୍ୟୁକୁ ପାଞ୍ଚ ବର୍ଷ ବିତି ଯାଇଥିଲେ ବି ଏହା ଉପରେ ରହିଥିବା ରହସ୍ୟର ପରଦା ଏଯାବତ୍‌ ଉଠିପାରି ନାହିଁ।

ସମ୍ବନ୍ଧିତ ଖବର