ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟାର ଭିଡିଓ କରୁଥିବା ବେଳେ ଆସିଲା ଟ୍ରେନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ତ ମାରେ କିଏ?’… ଏହି ଉକ୍ତିର ଅନେକ ଉଦାହରଣ ପ୍ରତିଦିନ ସାମ୍ନାକୁ ଆସିଥାଏ। ହେଲେ, ଏମିତି ଏକ ଘଟଣା ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହିତ ଘଟିଛି।

ଉତ୍ତରପ୍ରଦେଶରେ ବସବାସ କରୁଥିବା ଯୁବକ ଜଣକ ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାର ଭିଡିଓ ତିଆରି କରୁଥିବା ବେଳେ ତାଙ୍କ ସହ ଏମିତି ଏକ ଘଟଣା ଘଟିଥିଲା, ଯାହାକୁ ଦେଖିବା ଓ ଶୁଣିବା ପରେ ସ୍ଥାନୀୟଲୋକ ଓ ପରିବାରବର୍ଗ ସ୍ତବ୍ଧ ହୋଇ ଯାଇଛନ୍ତି।

पटरी पर गर्दन रखकर बना रहा था सुसाइड वीड‍ियो, तभी ट्रेन आई और...
aajtak

ଘଟଣାର ରିପୋର୍ଟରୁ ପ୍ରକାଶ, ଆଲିଗଡ଼ ଥାନା ଗାନ୍ଧୀ ପାର୍କ ଅଞ୍ଚଳର ନେରଙ୍ଗାବାଦ ଛାବନିରେ ଜଣେ ଯୁବକ ଅନ୍ଧାର ରାତିରେ ରେଳ ଧାରଣା ଉପରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାର ଏକ ଭିଡିଓ କରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତାଙ୍କୁ ଦେଖି ନେଇଥିଲେ ଏବଂ ସଙ୍ଗେସଙ୍ଗେ ଯୁବକଙ୍କୁ ଧାରଣା ଉପରୁ ଉଠାଇ ଆଣିଥିଲେ। ଠିକ୍‌ ଏତିକି ବେଳେ ସେହି ଧାରଣା ଦେଇ ଏକ ଏକ୍ସପ୍ରେସ୍‌ ଟେନ୍‌ ଯାଇଥିଲା। ହେଲେ, ସୌଭାଗ୍ୟବଶତଃ ସେତେବେଳକୁ ରେଳ ଧାରଣା ଉପରୁ ଉଠି ଆସିଥିବାରୁ ଯୁବକଙ୍କ ଜୀବନ ରକ୍ଷା ପାଇ ଯାଇଥିଲା ବେଳେ ତାଙ୍କୁ ସାମାନ୍ୟ ଆଘତ ବି ଲାଗି ନାହିଁ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଉକ୍ତ ଯୁବକ ଜଣକ ମଦ ନିଶାରେ ଥିଲେ। ଆତ୍ମହତ୍ୟା କରିବା ଉଦ୍ଦେଶ୍ୟ ରଖି ରେଳଧାରଣାରେ ସେ ମୁଣ୍ଡ ଦେଇ ଶୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛିଲୋକଙ୍କ ଉପସ୍ଥିତ ବୁଦ୍ଧି ହେତୁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି।

पटरी पर गर्दन रखकर बना रहा था सुसाइड वीड‍ियो, तभी ट्रेन आई और...
aajtak

ଯୁବକ ନିଜ ଫୋନ୍‌ରେ କରିଥିବା ଭିଡିଓରେ ‘ଆଇ ଲଭ ୟୁ ଚାଚା, ଆଇ ଲଭ୍‌ ହିମ୍‌’ କହୁଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର