୩୫ଥର ପ୍ରେମ ପ୍ରସ୍ତାବ ଦେବା ପରେ ମଧ୍ୟ ମନା କରିବାରୁ ପ୍ରେମିକାକୁ ୩୫ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ

ସୋମନାଥ(ଗୁଜୁରାଟ) : ଭଲ ପାଇବାରେ ବିଫଳ ହେବା ପରେ ଅନେକ ସମୟରେ ଯୁବକ-ଯୁବତୀମାନେ ବଡ଼ ବଡ଼ ଭୁଲ କରି ବସିଥାନ୍ତି । ଯାହାର ଫଳ ସେମାନଙ୍କୁ ପରେ ଭୋଗିବାକୁ ପଡ଼ିଥାଏ । ଗୁରୁରାଟର ସୋମନାଥରେ କିଛି ଏଭଳି ଘଟଣା ଘଟିଛି, ଯାହା ସାଧାରଣ ଲୋକଙ୍କ ସମେତ ପୁଲିସକୁ ମଧ୍ୟ ଦୋହଲାଇ ଦେଇଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରେମିକ ଯେଉଁ ପଦକ୍ଷେପ ନେଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।  ଅଭିଯୁକ୍ତ ପ୍ରେମିକର ପ୍ରେମ ନିବେଦନକୁ ଗ୍ରହଣ ନ କରିଥିବାରୁ ପ୍ରତିଶୋଧ ନେବାକୁ ଯାଇ ପ୍ରେମିକ ପୀଡ଼ିତାଙ୍କୁ ୩୫ଥର ଛୁରୀ ଭୁସି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

Zee News

ପୁଲିସ ଦେଇଥିବା ସୂଚନା ମୁତାବକ, ଦୁହେଁ ଗୋଟେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ଅଭିଯୁକ୍ତ ମନେ ମନେ ପୀଡ଼ିତାଙ୍କୁ ଭଲ ପାଇ ବସିଥିଲେ । ମେସେଜ୍‌ ଏବଂ ଫୋନ କରି ଅଭିଯୁକ୍ତ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିବା ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତା ଅଭିଯୁକ୍ତର ନିବେଦନକୁ ପ୍ରତ୍ୟାଖାନ କରିବା ସହ ଘରେ ସବୁ ଜଣାଇ ଦେଇଥିଲେ । ସବୁ ଜାଣିବା ପରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତକୁ ଫୋନ କରି ଏପରି ନ କରିବାକୁ ପାଇଁ ତାଗିଦ୍‌ କରିଥିଲେ । କିନ୍ତୁ ଅଟକି ନ ଥିଲା ଅଭିଯୁକ୍ତ । ଶେଷ ଥର ପାଇଁ ପ୍ରେମ ନିବେଦନ କରିବାକୁ ଅଭିଯୁକ୍ତ ନିଜ ସାଙ୍ଗର ସାହାଯ୍ୟରେ ପୀଡ଼ିତାଙ୍କୁ ପାଖ ଶିବ ବନ୍ଦିରକୁ ଡ଼କାଇଥିଲେ । ପହଞ୍ଚିବା ପରେ ଶେଷ ଥର ପାଇଁ ପ୍ରେମ ନିବେଦନ କରି ମୋତେ ଗ୍ରହଣ କରିନିଅ ବୋଲି କହିଥିଲା ଅଭିଯୁକ୍ତ । କିନ୍ତୁ ପୀଡ଼ିତା ମନା କରି ଦେବାରୁ ଅଭିଯୁକ୍ତ ସଙ୍ଗେ ସଙ୍ଗେ ଛୁରୀ ବାହାର କରି ପୀଡ଼ିତାଙ୍କୁ ହତ୍ୟା କରିଥିଲା । ଅନ୍ୟ ପକ୍ଷରେ ପୀଡ଼ିତା ଘରକୁ ନ ଫେରିବାରୁ ପରିବାର ଲୋକେ ପୁଲିସରେ ଖବର ଦେଇ ଅଭିଯୁକ୍ତ ପ୍ରେମିକ ଉପରେ ସନ୍ଦେହ ଥିବା କହିଥିଲେ । ଯାହା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବା ସହ ଶବ ଜବତ କରିଥିଲା ।

ସମ୍ବନ୍ଧିତ ଖବର