ଫେସ୍‌ବୁକ୍‌ରେ ଯୁବତୀଙ୍କ ସୁନ୍ଦର ଫଟୋ ଦେଖି ଭଲ ପାଇ ବସିଲେ ଯୁବକ, ହେଲେ ଅସଲରେ ଦେଖିବା ପରେ…

ପଟନା: ଫେସ୍‌ବୁକ୍‌ ଜରିଆରେ ପ୍ରେମ ଆଜିକାଲି ଅତି ସାଧାରଣ ଘଟଣା ପାଲଟି ଗଲାଣି । ଯୁବକ-ଯୁବତୀମାନେ ଏବେ ଫେସ୍‌ବୁକ୍‌କୁ ନିଜ ପ୍ରେମିକା ବା ପ୍ରେମିକ ଖୋଜିବାରେ ବ୍ୟବହାର କରୁଥିବା ଦେଖା ଯାଉଛି । ସେ ମଧ୍ୟରୁ କିଛି ସଫଳ ହେଉଛନ୍ତି ତ ଆଉ କିଛି ବିଫଳ । ଏବେ ପଟନାରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଜଣେ ଯୁବକ ଫେସ୍‌ବୁକ୍‌ ଫଟୋ ଦେଖି ଯୁବତୀଙ୍କ ମନ ଦେଇ ବସିଥିବା ଜଣା ପଡ଼ିଛି । କିନ୍ତୁ ଅସଲରେ ପାର୍କରେ ଯାଇ ଦେଖା କରିବା ପରେ ଯାହା ଘଟିଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ଫଟୋ ଦେଖି ଯୁବକଜଣଙ୍କ ଯୁବତୀଙ୍କ ସହ କଥା ହେବାକୁ ଆରମ୍ଭ କରିଥିଲେ । ଧିରେ ଧିରେ କଥା ବନ୍ଧୁତାରୁ ପ୍ରେମରେ ଯାଇ ପହଞ୍ଚିଥିଲା । ପ୍ରେମ ହେବା ପରେ ଦୁହେଁ ବିବାହ କରିବାର ସ୍ୱପ୍ନ ଦେଖି ବସିଥିଲେ । କିଛି ଦିନ ଫୋନରେ କଥା ହେବା ପରେ ନୂଅବର୍ଷରେ ନୂଆ ଆରମ୍ଭ କରିବା ପାଇଁ ଦୁହେଁ ପାର୍କରେ ଦେଖା କରିବାର ଯୋଜନା କରିଥିଲେ । ଯୁବକଜଣଙ୍କ ସମୟ ପୂର୍ବରୁ ପହଞ୍ଚି ଯିବା ସହ ହାତରେ ଗୋଲାପ ଫୁଲ ନେଇ ପହଞ୍ଚିଥିଲେ । କିନ୍ତୁ ଯୁବତୀଙ୍କୁ ସାମ୍ନାରେ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ପାର୍କରୁ ଦୌଡ଼ିବାକୁ ଲାଗିଥିଲେ । ଯୁବତୀ ଜଣଙ୍କ ପ୍ରକୃତରେ ଦେଖିବା ପାଇଁ ଅସୁନ୍ଦର ଥିବାରୁ ଯୁବକ ସେଠାରୁ ଚାଲି ଆସିଥିଲେ । ଯୁବତୀ ତାଙ୍କୁ ରୋକିବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା ପରେ ପରଦିନ ଯାଇ ମହିଳା ଥାନାରେ ଏ ନେଇ ଅଭିଯୋଗ କରିଥିଲେ ।

The American Genius

ଅଭିଯୋଗ ପରେ ଯୁବକଙ୍କୁ ଥାନାକୁ ଡ଼କା ଯାଇ ଏପରି କରିବାର କାରଣ ପଚରା ଯିବା ପରେ, ଫେସ୍‌ବୁକ୍‌ରେ ଯୁବତୀ ସୁନ୍ଦର ଦିଶୁଥିଲେ । କିନ୍ତୁ ପ୍ରକୃତରେ ଦେଖିବା ପରେ ତାଙ୍କ ଆଗ ଦାନ୍ତ ଭାଙ୍ଗି ଯାଇଥିବା ମୁଁ ଦେଖି ସେଠାରୁ ଚାଲି ଆସିଥିଲି । ସେ ବହୁତ ଧନୀ ବୋଲି ଯୁବତୀଜଣଙ୍କ ମୋତେ କହିଥିବା ବେଳେ ସାମ୍ନାକୁ ଆସିବା ପରେ ସେ ଘରେ ଘରେ କାମ କରୁଥିବା ମୁଁ ଜାଣିବାକୁ ପାଇଥିଲି । ଏ କଥା ଶୁଣି ଯୁବତୀ ରାଗି ଉଠିବା ସହ ଦୁହେଁ ଝଗଡ଼ା କରିବାକୁ ଲାଗିଥିଲେ । କିନ୍ତୁ ପରେ ପୁଲିସ ମଧ୍ୟସ୍ଥି ସାଜି ମାମଲାର ସମାଧାନ କରିିଥିବା ଜଣିବାକୁ ମିଳିଛି।

ସମ୍ବନ୍ଧିତ ଖବର