ବ୍ରେକ୍‌ଅପ୍‌ କରି ଦେବାରୁ ପ୍ରେମିକାକୁ ଛୁରି ଭୁସିଲା ପ୍ରେମିକ

ମଥୁରା : ଯୋଗୀ ସରକାର ଆସିବା ପରେ ମହିଳାମାନଙ୍କୁ ପ୍ରଥମେ ସୁରକ୍ଷା ଦିଆଯିବ ବୋଲି ନିଷ୍ପତ୍ତିି ନେଇଥିଲେ । ଏହା ସହ ଏ ନେଇ ସେ କିଛି ପଦକ୍ଷପ ମଧ୍ୟ ନେଇଥିଲେ । କିନ୍ତୁ ତାହା ମାତ୍ର କିଛି ଦିନ ପାଇଁ ଥିଲା । କାରଣ ଉତ୍ତରପ୍ରଦେଶରେ ଯେଉଁଭଳି ଭାବରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲଗିଛି ତାକୁ ଦେଖି ଯୋଗୀ ସରକାର କିଛି କରୁଥିବା ଜଣା ପଡ଼ୁନାହିଁ । ଆଗରୁ ଅନେକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଯୁବକ ନିଜ ପ୍ରେମିକାକୁ ଛୁରି ଭୁସି ଆକ୍ରମଣ କରିଥିବା ଜଣା ପଡ଼ିଛି । ବ୍ରେକ-ଅପ୍‌୍‌ କରିବାରୁ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ସୂଚନା ମିଳିଛି । ଆକ୍ରମଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇଥିବା ବେଳେ ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ରହିଛି । ସୂଚନା ମୁତାବକ,ପୀଡ଼ିତାଙ୍କର କୃଷ୍ଣା ଯାଦବ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଥିଲା ।

Chicago Sun-Times

ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବାରୁ ପୀଡ଼ିତା ବ୍ରେକ୍‌ଅପ୍‌ କରି ଦେଇଥିଲେ । କିନ୍ତୁ ପୀଡ଼ିତାଙ୍କୁ ଭୁଲି ପାରି ନଥିଲେ ଅଭିଯୁକ୍ତ । ପ୍ରତିଦିନ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ସହ ନ ରଖିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏତେ ସବୁ ପରେ ପୀଡ଼ିତା ନ ମାନିବାରୁ ରାଗରେ ଅଭିଯୁକ୍ତ ତାଙ୍କୁ ଛୁରି ଭୁସି ଆକ୍ରମଣ କରିଥିଲେ ।

ସମ୍ବନ୍ଧିତ ଖବର